29.1 C
Bhubaneswar
Sunday, November 17, 2024
Homeଓଡିଶାବୁଲା କୁକୁରଙ୍କ ଆତଙ୍କ, ୧୭ ଜଣ ଆହତ

ବୁଲା କୁକୁରଙ୍କ ଆତଙ୍କ, ୧୭ ଜଣ ଆହତ

ଟିଟିଲାଗଡ: ବଲାଙ୍ଗୀର ଜିଲ୍ଲା ସଇଁତଳାରେ ବୁଲା କୁକୁରଙ୍କ ଆତଙ୍କ । ଗୋଟିଏ ଦିନରେ ୧୭ ଜଣଙ୍କୁ କାମୁଡିଲା ବୁଲା କୁକୁର । ୭ ଜଣ ଗୁରୁତରଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଆହତଙ୍କ ମଧ୍ୟରୁ ଜଣେ ୨ ବର୍ଷିୟା ଶିଶୁ ଥିବା ଜଣାପଡ଼ିଛି । ଗୁରୁତର ଆହତ ବ୍ୟକ୍ତିମାନେ ସଇଁତଳା ଅଞ୍ଚଳର ଡୁମାଲପଡ଼ା, ପିପୃଟ ଓ ଡୁକେର, ଚରଚରା ଅଞ୍ଚଳର ବୋଲି ଜଣାପଡ଼ିଛି।ତେବେ ସଇଁତଳାରେ ବିଭିନ୍ନ ଛକସ୍ଥାନରେ ତଥା ଗଳିକନ୍ଦିରେ ବୁଲା କୁକୁରଙ୍କ ସଂଖ୍ୟା ଆଶାତୀତ ଭାବେ ବଢିଯାଇଛି ।

କୁକୁର ପ୍ରାର୍ଦୁଭାବରେ ପଥଚାରୀ, ଦୁଇ ଚକିଆ ଯାନ ଚାଳକ ଓ ବିଶେଷକରି ସ୍କୁଲ ଯାଉଥିବା ଛୋଟ ଛୋଟ ପିଲାମାନେ ଭୟଭୀତ ହୋଇପଡୁଛନ୍ତି । ପ୍ରତ୍ୟେକ ଗଳିରେ ୧୦ରୁ ୧୨ଟି କୁକୁର ରହି ବିଭିନ୍ନ ସାହିବସ୍ତିରେ ଅବାଧ ବିଚରଣ କରୁଛନ୍ତି । ଏମାନଙ୍କ ମଧ୍ୟରେ ରୋଗାକ୍ରାନ୍ତ ଓ ପାଗଳ କୁକୁରେ ମଧ୍ୟ ରହିଥିବାର ପରିଲକ୍ଷିତ ହେଉଛି । ସନ୍ଧ୍ୟା ସମୟ ଅତିକ୍ରାନ୍ତ ପରେ ଏହି ବୁଲାକୁକୁରମାନଙ୍କର ଆତଙ୍କ ବଢି ଯାଉଛି। ଏହାବ୍ୟତୀତ କୁକୁରମାନେ ରାସ୍ତାର ଏଣେତେଣେ ମଳତ୍ୟାଗ କରି ପରିବେଶକୁ ପ୍ରଦୂଷିତ କରୁଛନ୍ତି । ବନ୍ଧ୍ୟାକରଣ ଯୋଜନା ଦିଶାହରା ହୋଇପଡ଼ି ଥିବାରୁ ଅଞ୍ଚଳରେ ବୁଲା କୁକୁରଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking