26.1 C
Bhubaneswar
Friday, April 3, 2026
Homeଦେଶ ବିଦେଶଯୁବକଙ୍କ ଆତ୍ମହତ୍ୟା

ଯୁବକଙ୍କ ଆତ୍ମହତ୍ୟା

ମୁଣ୍ଡମୁହାଣ: ଇନ୍‌ଫୋଭ୍ୟାଲି ଥାନା ଗୌଡ଼ କାଶିପୁରରେ ଜଣେ ଯୁବକ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣକ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ତେନ୍ତୁଳିଆ ପାଟଣାର ଆକାଶ ନାଏକ(୨୩)। ମିଳିଥିବା ସୂଚନା ଅନୁସାରେ ଆକାଶ ତାଙ୍କ ପରିବାର ସହ ଇନଫୋଭ୍ୟାଲି ଥାନା କାଶିପୁର ଅଞ୍ଚଳରେ ରହି କାମ କରନ୍ତି। ଗତକାଲି କୌଣସି କାରଣରୁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତେଣୁ ଆକାଶ ମାନସିକ ଚାପରେ ଥିଲେ। ଆଜି ସ୍ତ୍ରୀ ଘର ବାହାରେ ଥିବାବେଳେ ଆକାଶ ବେକରେ ଗାମୁଛା ବାନ୍ଧି ପଙ୍ଖାରେ ଝୁଲି ପଡିଥିଲେ। ଶବ୍ଦ ଶୁଣି ସ୍ତ୍ରୀ ଘର ଭିତରକୁ ଆସି ଦେଖିବା ବେଳକୁ ଆକାଶ ଝୁଲି ପଡ଼ିଛନ୍ତି। ତେଣୁ ଚିତ୍କାରକରି ପାଖ ପଡୋଶୀଙ୍କୁ ଡାକି ଆକାଶଙ୍କ ବେକରୁ ଗାମୁଛା ଖୋଲି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking