19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶଇରାକରେ ୯ ବର୍ଷ ବୟସରୁ ବାହା ହେବେ ଝିଅ !

ଇରାକରେ ୯ ବର୍ଷ ବୟସରୁ ବାହା ହେବେ ଝିଅ !

ଇରାକ୍ଇ : ରାକ୍ ସରକାର ଦେଶରେ ବିବାହ ଆଇନରେ ସଂଶୋଧନ ଆଣିବାକୁ ଯାଉଛନ୍ତି । ଏହା ଅଧୀନରେ ଝିଅମାନଙ୍କ ବିବାହ ବୟସକୁ ୧୮ ବର୍ଷରୁ କମାଇ ୯ ବର୍ଷ କରି ଦିଆଯିବ । ଏହା ସହିତ ମହିଳାମାନଙ୍କୁ ଛାଡ଼ପତ୍ର, ପିଲାଙ୍କ ଦେଖାଶୁଣା ଏବଂ ଉତ୍ତରାଧିକାରୀ ଅଧିକାରରୁ ବଞ୍ଚିତ କରିବା ପାଇଁ ମଧ୍ୟ ସଂଶୋଧନ ପ୍ରସ୍ତାବ ଦିଆଯାଇଛି । ରୁଢ଼ିବାଦୀ ଶିଆ ମୁସଲିମ ଦଳର ମିଳିତ ମଞ୍ଚ ଦ୍ୱାରା ପରିଚାଳିତ ଇରାକ ସଂସଦ ଏକ ସଂଶୋଧନ ଉପରେ ମତଦାନ କରିବାକୁ ପ୍ରସ୍ତୁତ ହେଉଛି, ଯାହା ଦେଶର ‘ପର୍ସନାଲ ଷ୍ଟାଟସ୍ ଲ’କୁ ବଦଳାଇ ଦେବ । ମହିଳାମାନଙ୍କର ଅନେକ ଅଧିକାରକୁ ଛଡ଼ାଇ ନେବ ଏହି ନୂଆ ଆଇନ । ପୁରୁଣା ଆଇନକୁ ଲ’ ୧୮୮ ନାମରେ ଜଣାଯାଇଥାଏ । ଏହାକୁ ୧୯୫୯ରେ ଉପସ୍ଥାପିତ କରାଯାଇଥିଲା । ସେହି ସମୟରେ ଏହାକୁ ମଧ୍ୟ-ପୂର୍ବର ସବୁଠାରୁ ପ୍ରଗତିଶୀଳ ଆଇନ ଭାବରେ ବିବେଚନା କରାଯାଉଥିଲା ।

ଇରାକ ପାରିବାରିକ ମାମଲାଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଏଥିରେ ଅନେକ ନିୟମ କରାଯାଇଥିଲା, ଯେଉଁଥିରେ ଧାର୍ମିକ ସମ୍ପ୍ରଦାୟ ସମ୍ବନ୍ଧିତ ମାମଲା ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ପୁରୁଣା ନିୟମକୁ ଅବଦୁଲ କରିମ୍ କାସିମ୍ ସରକାର ଲାଗୁ କରିଥିଲେ । ଜଣେ ପ୍ରଗତିଶୀଳ ବାମପନ୍ଥୀ ରୂପେ ସେ ପରିଚିତ ଥିଲେ, ଯାହାଙ୍କ ସମୟରେ ଅନେକ ବଡ଼ ପରିବର୍ତ୍ତନ ଅଣାଯାଇଥିଲା । ସେଥି ମଧ୍ୟରେ ଅନ୍ୟତମ ଥିଲା ୧୮ ବର୍ଷ ବୟସରୁ ଝିଅଙ୍କ ବିବାହ । ତେବେ ବର୍ତ୍ତମାନର ବିବାହ ଆଇନ ବୟସ କମାଇବା ସହିତ ମହିଳାମାନଙ୍କ ଛାଡ଼ପତ୍ର, ପିଲାଙ୍କ ଲାଳନପାଳନ ଏବଂ ଉତ୍ତରାଧିକାରୀ ଅଧିକାରକୁ ହଟାଇ ଦେବ । ଶାସକ ମେଣ୍ଟର କହିବା ହେଲା, ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି, କମ୍ ବୟସର ଝିଅମାନଙ୍କୁ ଅନୈତିକ କାର୍ଯ୍ୟରୁ ନିବୃତ୍ତ ରଖିବା । ପୂର୍ବରୁ ମଧ୍ୟ ଇରାକରେ ‘ପର୍ସନାଲ ଷ୍ଟାଟସ୍ ଲ’ରେ ସଂଶୋଧନ ଆଣିବାକୁ ଚେଷ୍ଟା କରାଯାଇଥିଲା । ଏହାକୁ ପରିବର୍ତ୍ତନ ପାଇଁ ୨୦୧୪ ଏବଂ ୨୦୧୭ରେ କରାଯାଇଥିବା ପ୍ରୟାସ ବିଫଳ ହୋଇଥିଲା, କାରଣ, ଇରାକ୍ ମହିଳାମାନଙ୍କ ଅସନ୍ତୋଷ ହିଁ ଏହାର ମୁଖ୍ୟ କାରଣ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking