29.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଡ୍ୟୁଟି ଛାଡି ଘରକୁ ପଳାଇଲେ ଆଇପିଏସ ଅଧିକାରୀ :  ନିଲମ୍ବନ କଲେ ନିର୍ବାଚନ ଆୟୋଗ

ଡ୍ୟୁଟି ଛାଡି ଘରକୁ ପଳାଇଲେ ଆଇପିଏସ ଅଧିକାରୀ :  ନିଲମ୍ବନ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ : ନିର୍ବାଚନ ଆୟୋଗଙ୍କୁ  ନ ଜଣାଇ  ନିର୍ବାଚନ ଡ୍ୟୁଟି ଛାଡି ଆଇପିଏସ ଅଧିକାରୀ  କିଶନ ସହାୟ  ମୀନାଙ୍କୁ  ନିର୍ୱାଚନ ଆୟୋଗ ନିଲମ୍ବିତ କରିଛନ୍ତି । ସେ   ତାଙ୍କ ଘର ଜୟପୁରକୁ ପଳାଇଯାଇଥିବାରୁ ତାଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଜି (୧୩ ନଭେମ୍ବର) ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର‌୍ୟ୍ୟାୟ ପାଇଁ ମତଦାନ ଚାଲିଛି। ମିଳିଥିବା ସୂଚନା ମୁତାବକ କିଶନ ସହାୟ ମୀନାଙ୍କୁ ଝାଡଖଣ୍ଡରେ ନିର୍ବାଚନ ଆୟୋଗ ଦାୟିତ୍ୱ ଦେଇଥିଲେ, କିନ୍ତୁ ସେ ନିର୍ବାଚନ ଆୟୋଗଙ୍କୁ ନ ଜଣାଇ ଝାଡଖଣ୍ଡରୁ ଜୟପୁରକୁ ଫେରିଆସିଥିଲେ। ଏହି କାରଣରୁ ନିର୍ବାଚନ ଆୟୋଗ କିଶନ ସହାୟ ମୀନାଙ୍କୁ ନିଲମ୍ବିତ କରିଛନ୍ତି। କାର‌୍ୟ୍ୟରେ ଅବହେଳା ପାଇଁ କିଶନ ସହାୟ ମୀନାଙ୍କୁ ଏକ କାରଣଦର୍ଶାଅ ନୋଟିସ ମଧ୍ୟ ଦିଆଯିବ। କିଶନ ସହାୟ ମୀନା ମୁଖ୍ୟତଃ ରାଜସ୍ଥାନର ଅଲୱାର ବାସିନ୍ଦା। ବର୍ତ୍ତମାନ ସେ ରାଜସ୍ଥାନର ମାନବ ଅଧିକାର ୟୁନିଟରେ ପୁଲିସର ମହାନିର୍ଦ୍ଦେଶକ ଭାବରେ କାର‌୍ୟ୍ୟ କରୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking