19.1 C
Bhubaneswar
Sunday, November 24, 2024
Homeଓଡିଶାମେଲାଣି ନେଲେ ମାଆ ଶ୍ୟାମାକାଳୀ

ମେଲାଣି ନେଲେ ମାଆ ଶ୍ୟାମାକାଳୀ

ଯାଜପୁର : ବହୁ ଆଡମ୍ବର ସହ ଶେଷ ହୋଇଛି ଯାଜପୁର ବ୍ୟାସନଗର ଗଣପର୍ବ କାଳୀପୂଜା । ୧୬ଟି ପୂଜା ମଣ୍ଡପରେ ବେଶ ଧୂମଧାମରେ ପାଳିତ ହୋଇଥିଲା ମାଆଙ୍କ ପୂଜା । ୧୧ ଦିନର ପୂଜା ପରେ ମେଲାଣି ନେଇଛନ୍ତି ମାଆ ଶ୍ୟାମାକାଳୀ । ପ୍ରତିବର୍ଷ ପରି ଚଳିତବର୍ଷ ମେଢ଼ ଗୁଡିକ କାଳୀ ମେଲଣ ପଡିଆରେ ଏକାଠି ହୋଇଥିଲେ । ମେଲଣ ଉତ୍ସବରେ ୨ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ଏଥରର ମୁଖ୍ୟ ଆକର୍ଷଣ ଥିଲା ଉତ୍ତରପ୍ରଦେଶର ଅଘୋରୀ ନୃତ୍ୟ । ୧୧ ଦିନ ଧରି ବ୍ୟାସନଗର ଚୋରଦା କାଳୀ ମେଲଣ ପଡ଼ିଆ ଠାରେ ଖୁବ୍ ଆଡ଼ମ୍ବର ସହ ଭସାଣି ଓ ମେଲଣ ଉତ୍ସବ ସମ୍ପନ୍ନ ହୋଇଛି । ଓଡ଼ିଶୀ ନୃତ୍ୟ, ଆଦିବାସୀ ନୃତ୍ୟ, ଘୋଡା ନାଚ, ବଳଦ ନାଚ, ସିଙ୍ଘ ବାଜାରେ କମ୍ପି ଉଠିଥିଲା ପରିବେଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking