ଭୁବନେଶ୍ୱର : ଡ୍ରାଏଫ୍ରୁଟ୍ସରେ ସମସ୍ତ ପ୍ରକାର ପ୍ରୋଟିନ ଭିଟାମିନ ଏବଂ ମିନେରାଲ୍ସର ଏକ ଉତ୍ତମ ଉତ୍ସ ଯାହା ଶରୀରକୁ ଅତ୍ୟାବଶ୍ୟକ ପୁଷ୍ଟିକର ଯୋଗାଇଥାଏ । ଯେତେବେଳେ ଆମେ ସ୍ୱାସ୍ଥ୍ୟ ଉପକାରିତା ବିଷୟରେ କଥା ହେଉ ପ୍ରଥମେ ଡ୍ରାଏ ଫ୍ରୁଟ୍ସର ନାଁ ନେଇଥାଉ । ବାଦାମ , କାଜୁ ଖାଇବା ଦ୍ୱାରା ଶରୀରକୁ ଅଧିକ ଲାଭ ମିଳିଥାଏ । କାଜୁରେ ପ୍ରୋଟିନ , ଫାଇବର ଏବଂ ଭିଟାମିନ ପ୍ରଚୁର ପରିମାଣରେ ଥାଏ । ବାଦାମରେ ଅଧିକ ପରିମାଣରେ ଫାଇବର ରହିଥାଏ , ଯାହା ଖାଦ୍ୟ ହଜମ କରିବାରେ ସାହାର୍ଯ୍ୟ କରେ । ଖାଦ୍ୟ ହଜମ କରିବା ସହ ଶରୀରକୁ ଅନେକ ରୋଗରୁ ଦୂରେଇ ରଖେ । ଡ୍ରାଏ ଫ୍ରୁଟ୍ସରେ ଫାଇବର ଉପସ୍ଥିତି ହେତୁ ଆପଣଙ୍କୁ ବାରମ୍ବାର ଖାଇବାଠାରୁ ଦୂରେଇ ରଖେ । ଆପଣଙ୍କ ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ବାଦାମରେ ଭିଟାମିନ ସି ଏବଂ ଏହା ସହିତ ଆଇରନ , ମ୍ୟାଗ୍ନେସିୟମ , ଜିଙ୍କ , ପୋଟାମିୟମ ଏବଂ କ୍ୟାଲସିୟମ ଥାଏ । ଏହାସହିତ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଥାଏ । ଯାହା ରକ୍ତଚାପ ଏବଂ ଖରାପ କୋଷ୍ଟ୍ରେଲ ସ୍ତରକୁ ହ୍ରାସ କରିବାରେ ସାହାର୍ଯ୍ୟ କରେ । ଆପଣଙ୍କ ହୃଦୟକୁ ମଧ୍ୟ ସୁସ୍ଥ ରଖେ । ଯଦିଓ ବାଦାମରେ ସର୍ୱାଧିକ ପରିମାଣରେ ପ୍ରୋଟିନ ଥାଏ ସେହିପରି ଆଲୁଅନ ହେଉଛି ଓମେଗା ଫ୍ୟାଟି ଏସିଡର ଉତ୍ସ ।