23.1 C
Bhubaneswar
Thursday, November 14, 2024
Homeଦେଶ ବିଦେଶସ୍ୱାମୀର ଧୋକା ସହି ନପାରି ଆତ୍ମହତ୍ୟା କଲା ସ୍ତ୍ରୀ

ସ୍ୱାମୀର ଧୋକା ସହି ନପାରି ଆତ୍ମହତ୍ୟା କଲା ସ୍ତ୍ରୀ

ବ୍ୟୁରୋ : ଉତ୍ତରପ୍ରଦେଶର  ପିଲିବିଟରେ  ଜଣେ   ୨୭ ବର୍ଷୀୟ ମହିଳା  ଆତ୍ମହତ୍ୟା କରିଥିବା ଅଭିଯୋଗ  ଆସିଛି । ଗୋଟିଏ ରିପୋର୍ଟ ଅନୁସାରେ  ଜଣାପଡିଛି ଯେ  ମହିଳା ଜଣଙ୍କ ମେ ମାସରେ  ବଳାତ୍କାର ଅଭିଯୋଗ ଆଣିଥିଲେ ।  ଅଭିଯୋଗରେ କହିଛନ୍ତି , ଅଭିଯୁକ୍ତ ତାଙ୍କୁ ବିବାହ କରିବାକୁ  ପ୍ରତିଶ୍ରୁତି ଦେଇ ତାଙ୍କୁ  ମନା କରିଥିଲା ।  ପ୍ରାୟ ତିନି ବର୍ଷ ପୂର୍ବ ଅଭିଯୁକ୍ତ ଦୁବାଇ ଯାଇଥିଲା ।  ପରେ ଭାରତ ଫେରିଲା ପରେ ସେ ମହିଳାକୁ ବିବାହ କରିବାକୁ ମନା କରିଦେଇଥିଲା ।  ଏହା ପରେ ମହିଳା ପୋଲିସ  ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି । ନଭେମ୍ବର ୨ରେ  ମହିଳା ଜଣଙ୍କ  ପୋଲିସ ଗ୍ଧେସନ ବାହାରେ  ଆତ୍ମହତ୍ୟାର ଉଦ୍ୟମ କରିଥିଲେ । ତାଙ୍କୁ ସ୍ଥାନାୟ ଲେକେ ମେଡିକାଲ ନେଇଥିଲେ । ଯାହା ଫଳରେ  ଚିକିତ୍ସା ସମୟରେ ତାଙ୍କ ମୃତ୍ୟୁ ହୋଇଛି ।  ପୋଲିସର ସୂଚନା ଅନୁସାରେ  ଯେତେବେଳେ ମହିଳା ଜଣଙ୍କ  ଜାଣିବାକୁ ପାଇଲେ ଯେ ଅଭିଯୁକ୍ତ ଜଣଙ୍କ   ଡିସେମ୍ବର ମାସ ପୂର୍ବରୁ  ଗୁପ୍ତ ଭାବେ ବିବାହ କରିଛି , ସେତେବେଳେ ସେ ମହିଳା ଆତ୍ମହତ୍ୟା କରିଛନ୍ତି  । ମହିଳା ଏବଂ  ଅଭିଯୁକ୍ତ ଗତ ସାତ ବର୍ଷ  ଧରି ସମ୍ପର୍କ ରଖିଥିଲେ । ପୋଲିସ ଏବାବଦରେ  କୌଣସି ପଦକ୍ଷେପ ନେଇନାହିଁ ।  ମହିଳାଙ୍କ ମୃତ୍ୟୁ ଘଟଣାର  ତଦନ୍ତ କରିବାକୁ  ଅଧିକାରୀମାନେ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking