29.1 C
Bhubaneswar
Monday, February 9, 2026
Homeଓଡିଶାବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ଅନୁଗୁଳ: ଅନୁଗୁଳ ଜିଲ୍ଲା​‌ ବଅଁରପାଳ ଥାନା ସନ୍ତ୍ରୀ ପଞ୍ଚାୟତ ନଳଚନ୍ଦ୍ରପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ପ୍ରଫୁଲ୍ଲ ସାହୁ ବୋଲି ଜଣାପଡିଛି। ପ୍ରଫୁଲ୍ଲ ଧାନ ବିଲରୁ ହାତୀ ଘଉଡାଇବା ପାଇଁ ଯାଇଥିବାବେଳେ ହାତୀ ତାଙ୍କୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଶୁକ୍ରବାର ରାତିରେ ଏଭଳି ଅଘଟଣ ଘଟିଛି। ସେପଟେ ପ୍ରଫୁଲ୍ଲଙ୍କ ମୃତ୍ୟୁରେ ଗାଁରେ ଉତ୍ତେଜନା ଦେଖାଦେଇଥିଲା। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇଦେବାକୁ ଦାବି କରାଯାଇଥିଲା। ପରେ ଖବର ପାଇ ବନ ବିଭାଗ ଏବଂ ବଅଁରପାଳ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। କ୍ଷତିପୂରଣ ପ୍ରଦାନର ପ୍ରତିଶ୍ରୁତି ପରେ ପରିସ୍ଥିତି ଶାନ୍ତ ପଡିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking