33.1 C
Bhubaneswar
Sunday, February 22, 2026
Homeଦେଶ ବିଦେଶକୋରିଆ ମାଷ୍ଟର୍ସ କ୍ୱାର୍ଟର୍‌ରେ କିରଣ ଜର୍ଜ

କୋରିଆ ମାଷ୍ଟର୍ସ କ୍ୱାର୍ଟର୍‌ରେ କିରଣ ଜର୍ଜ

ନୂଆଦିଲ୍ଲୀ: ଭାରତର କିରନ୍ ଜର୍ଜ ଜୋରଦାର ପ୍ରଦର୍ଶନ ସହ ତୃତୀୟ ସିଡ୍ ଚୀନା ତାଇପେଇର ଚି ୟୁ ଜେନ୍‌ଙ୍କୁ ହରାଇ ଗୁରୁବାର କୋରିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ର ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ୨୪ ବର୍ଷୀୟ ଭାରତୀୟ ଶଟ୍‌ଲର୍ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ୩୧ତମ ର‌୍ୟାଙ୍କ୍‌ର ପ୍ରତିପକ୍ଷଙ୍କୁ ୨୧-୧୭, ୧୯-୨୧, ୨୧-୧୭ରେ ମାତ୍ ଦେଇଛନ୍ତି। ଏହି ମ୍ୟାଚ୍ ଏକ ଘଣ୍ଟା ୧୫ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ବିଶ୍ୱର ନଂ ୪୪ ଜର୍ଜ ଅନ୍ତିମ-୪ରେ ପଞ୍ଚମ ସିଡ୍ ଜାପାନର ତାକମା ଓବାୟାଶିଙ୍କୁ ଭେଟିବେ। ବିଡବ୍ଲ୍ୟୁଏଫ୍ ସୁପର୍ ୩୦୦ ଟୁର୍ଣ୍ଣାମେଣ୍ଟ୍‌ର ପ୍ରଥମ ରାଉଣ୍ଡ୍‌ରେ ଜର୍ଜ ଭିଏତ୍‌ନାମ୍‌ର କୁଆନ୍ ଲିନ୍ କୁଓଙ୍କୁ ୧୫-୨୧, ୨୧-୧୨, ୨୧-୧୫ରେ ହରାଇ ଅଭିଯାନ ଆରମ୍ଭ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଏକମାତ୍ର ଭାରତୀୟ ପ୍ରତିଯୋଗୀ କିରଣ ଜର୍ଜ ପ୍ରଥମରୁ ପ୍ରଭାବଶାଳୀ ପ୍ରଦର୍ଶନ କରି ପ୍ରଥମ ଗେମ୍‌ରେ ବିଜୟୀ ହୋଇଥିଲେ। ତେବେ ଚୀନା ତାଇପେଇ ଖେଳାଳି ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ଗେମ୍ ହାତେଇବା ଫଳରେ ମ୍ୟାଚ୍ ନିର୍ଣ୍ଣାୟକ ଗେମ୍‌କୁ ଯାଇଥିଲା। ନିର୍ଣ୍ଣାୟକ ଗେମ୍‌ରେ ଜର୍ଜ ପ୍ରତ୍ୟାବର୍ତ୍ତନ କରି ପ୍ରଥମେ ୮-୨ରେ ଅଗ୍ରଣୀ ହାସଲ କରିଥିଲେ। ପ୍ରତିପକ୍ଷ ଖେଳାଳି ୧୪-୧୪ ଏବଂ ୧୭-୧୭ରେ ସ୍ଥିତି ସମାନ କରିଥିଲେ ମଧ୍ୟ ଭାରତୀୟ ଶଟ୍‌ଲର୍ ମ୍ୟାଚ୍ ଉପରେ ନିୟନ୍ତ୍ରଣ ହାସଲ କରି କ୍ୱାର୍ଟର୍ ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking