ବ୍ୟୁରୋ : ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ରୋଲାଣ୍ଡ କଲେଜ ନିକଟରେ ଏକ ମହାବାଳ ବାଘ ଜାତୀୟ ରାଜପଥ ଅତିକ୍ରମ କରୁଥିବା ଭିଡ଼ିଓ ଭାଇରଲ ହୋଇଛି । ଜଣେ ଯାତ୍ରୀ ନିଜ କାର ଯୋଗେ ବ୍ରହ୍ମପୁରରୁ ଇଚ୍ଛାପୁର ଅଭିମୁଖେ ଯାଉଥିବା ବେଳେ ରୋଲାଣ୍ଡ କଲେଜ ନିକଟରେ ମହାବଳ ବାଘ ରାସ୍ତା ପାର ହେଉଥିଲା । କାରର କ୍ୟାମେରାରେ ବାଘ ପାର ହେଉଥିବା ଭିଡ଼ିଓ କଏଦ ହୋଇଛି ।ଏହି ଭିଡ଼ିଓ ପରବର୍ତ୍ତୀ ସମୟରେ ଭାଇରାଲ ହେଉଛି। ଏହି ଭିଡ଼ିଓ ବନ ବିଭାଗ ହାତରେ ମଧ୍ୟ ଲାଗିଛି । ଗତ ୩ ତାରିଖ ରାତିରେ ଏକ ମହାବଳ ବାଘ ଜାତୀୟ ରାଜପଥ ଅତିକ୍ରମ କରୁଥିଲା । ସେପଟେ କାକଟପୁରରେ କଲରା ପତରିଆ ବାଘ ଆତଙ୍କ ।ଗତକାଲି ରସୁଲପୁର ବାଉରିଆକଣ ରାସ୍ତାରେ ବାଘ ଭଳି ଦେଖାଯାଉଥିବା ଏଭଳି ତିନିଟି ଜନ୍ତୁ ଦେଖିବାକୁ ମିଳିଛି । ଲୋକେ ମୋବାଇଲରେ ଏହି ଜନ୍ତୁର ଭିଡ଼ିଓ ଶୁଟ କରିଥିବା ବେଳେ ତାହା ଏବେ ଭାଇରଲ ହୋଇଛି । ଅସ୍ତରଙ୍ଗ ବନ ବିଭାଗ ଏହି ଜନ୍ତୁକୁ ଠାବ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।