ଭୁବନେଶ୍ୱର: ବିଶ୍ୱ ଦରବାରରେ ଓଡ଼ିଶା ପର୍ଯ୍ୟଟନକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଲଣ୍ଡନ ଏକ୍ସେଲ ସେଣ୍ଟରରେ ଅନୁଷ୍ଠିତ ୱାର୍ଲï ଟୁରିଜିମ ମାର୍କେଟ(ଡବ୍ଲଟିଏମ)- ୨୦୨୪ରେ ଓଡ଼ିଶା ପାଭିଲିୟନକୁ ଉଦ୍ଘାଟନ କରିଛନ୍ତି । ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ୟୁନାଇଟେଡ କିଙ୍ଗଡମ୍ର ଭାରତୀୟ ହାଇ-କମିଶନର ଶ୍ରୀ ବିକ୍ରମ ଦୋରାଇସ୍ୱାମୀଙ୍କ ସହ ତେଲେଙ୍ଗନା ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜୁପଲି କ୍ରୀଷ୍ଣା ରାଓ ଓ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟର ମହାନିର୍ଦ୍ଦେଶକା ଶ୍ରୀମତୀ ମୁଗ୍ଧା ସିହ୍ନା ମଧ୍ୟ ଉପସ୍ଥିତ ଥିଲେ । ୱାର୍ଲଡ ଟୁରିଜିମ ମାର୍କେଟ(ଡବ୍ଲଟିଏମ)- ୨୦୨୪ରେ ଓଡ଼ିଶା ପାଭିଲିୟନକୁ ଉଦ୍ଘାଟନ କରିବା ନିମନ୍ତେ ୱାର୍ଲଡ ଟୁରିଜିମ ମାର୍କେଟ(ଡବ୍ଲଟିଏମ)- ୨୦୨୪ରେ ଶ୍ରୀମତୀ ପରିଡାଙ୍କୁ ସମ୍ମାନିତ କରାଯାଇଥିଲା । ଏହା ସହ ଶ୍ରୀମତୀ ପରିଡା ଅନ୍ୟ ପ୍ରତିଷ୍ଠିତ ରାଜ୍ୟର ପର୍ଯ୍ୟଟନ ପାଭିଲିୟନକୁ ମଧ୍ୟ ପରିଦର୍ଶନ କରିଥିଲେ ।ଓଡ଼ିଶା ପର୍ଯ୍ୟଟନର ବିକାଶ ନିମନ୍ତେ ଶ୍ରୀମତୀ ପରିଡାଙ୍କ ନେତୃତ୍ୱରେ ଲଣ୍ଡନ ଗସ୍ତ କରିଥିବା ଉଚ୍ଚସ୍ତରୀୟ ପ୍ରତିନିଧିବୃନ୍ଦ ୟୁକେସ୍ଥିତ ପ୍ରମୁଖ ନିବେଶକ, ଅଂଶୀଦାର ଓ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକରେ ପ୍ରତିନିଧିବୃନ୍ଦ ଇନ୍ଦସ୍ ଏକ୍ସପେରିଏନ୍ସର ନିର୍ଦ୍ଦେଶକ ମିଷ୍ଟର ୟାଶୀନ ଜାରଗରଙ୍କ ସହ ୟୁକେ ମାର୍କେଟରେ ଓଡ଼ିଶା ପର୍ଯ୍ୟଟନର ବିକାଶକୁ ପ୍ରୋତ୍ସାହିତ କରିବା ବିଷୟରେ ଆଲୋଚନା କରାଯାଇଥିଲା । ଏହା ସହ ସିଗ୍ନେଚର ହସ୍ପିଟାଲିଟି ଗ୍ରୁପର ପ୍ରତିଷ୍ଠାତା ଓ ସିଇଓ ଶ୍ରୀ ରମେଶ ଅରୋରାଙ୍କ ସହ ଓ ପିଆଇଓ ଚାମ୍ବର ଅଫ କମର୍ସ୍ ଆଣ୍ଡ ଇଣ୍ଡଷ୍ଟ୍ରୀ(ପିଆଇଓସିସିଆଇ)ର ସେକ୍ରେଟାରୀ ଓ ଇଣ୍ଟରନାସନାଲ କୋଡିନେଟର ତଥା ପିଆଇଓ ଟିଭିର ଚେୟାରମ୍ୟାନ, ମ୍ୟାନେଜିଂ ଡାଇରେକଫର ଶ୍ରୀ ମନୀଷ ଗୁପ୍ତାଙ୍କ ସହ ମଧ୍ୟ ପ୍ରତିନିଧିବୃନ୍ଦ ଆଲୋଚନା କରିଥିଲେ । ଆଲୋଚନାରେ ବିଶେଷ କରି ପର୍ଯ୍ୟଟନ ବିଭାଗର ପୁନଃବିକାଶ ଓ ବିଭାଗ ଅଧିନସ୍ଥ ସମ୍ପତ୍ତି ପାଇଁ ପୁଞ୍ଜିନିବେଶ, ୟୁରୋପିୟାନ ବଜାରରେ ଓଡ଼ିଶାର ପର୍ଯ୍ୟଟନର ଲୋକାଦୃତି ବୃଦ୍ଧି ଓ ଆତିଥ୍ୟ କ୍ଷେତ୍ରରେ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଲଣ୍ଡନର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ସ୍କାଏ ନ୍ୟୁଜ ଏବଂ ଏନ୍ବିସି ଚ୍ୟାନେଲ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ ସାକ୍ଷାତକାର ମଧ୍ୟ ନେଇଥିଲେ । ଏହି ସାକ୍ଷାତକାରରେ ଶ୍ରୀମତୀ ପରିଡା ଓଡ଼ିଶାରେ ପର୍ଯ୍ୟଟନର ଅପାର ସମ୍ଭାବନା ଓ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ନୀତି ବିଷୟରେ ତଥ୍ୟ ରଖିଥିଲେ । ଡବ୍ଲଟିଏମ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଉପସ୍ଥିତ ଅନ୍ତର୍ଜାତୀୟ ଗଣମାଧ୍ୟମ ପ୍ରତିନିଧି, ଶିଳ୍ପପତି, ନିବେଶକ ଏବଂ ପ୍ରମୁଖ ପ୍ରତିନିଧିବୃନ୍ଦଙ୍କୁ ସମ୍ବୋଧନ କରି କହିଲେ ଯେ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସମୃଦ୍ଧ ପରମ୍ପରା ସମସ୍ତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ୟୁକେ ଓ ୟୁରୋପିଆନ ପର୍ଯ୍ୟଟନର ଅଂଶୀଦାର ଓ ନିବେଶକମାନଙ୍କୁ ଓଡ଼ିଶା ପର୍ଯ୍ୟଟନରେ ପୁଞ୍ଜିନିବେଶ କରିବା ପାଇଁ ଆମେ ଆଶାବାଦୀ ଅଛୁ । ଓଡ଼ିଶାର ସଂସ୍କୃତିକୁ ପ୍ରୋତ୍ସାହିତ କରି ଓଡ଼ିଶା ସହ ଆଉଥରେ ଯୋଡିହବା ପାଇଁ ଜାନୁଆରୀ ୮-୧୦ରେ ଓଡ଼ିଶାରେ ଅନୁଷ୍ଠିତ ହବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବା ପାଇଁ ଶ୍ରୀମତୀ ପରିଡା ୟୁକେରେ ଅବସ୍ଥିତ ପ୍ରବାସୀ ଓଡିଆମାନଙ୍କୁ ନିମନ୍ତ୍ରଣ କରିଛନ୍ତି । ଓଡ଼ିଶାର ପ୍ରତିନିଧିବୃନ୍ଦ ଏସ୍ଆଇଟିଏ, ଇଣ୍ଡିଆର ମ୍ୟାନେଜିଂ ଡାଇରେକଫର ଓ ଫିକି ଟୁରିଜିମ ସବ-କମିଟିର ଅଧକ୍ଷ ଶ୍ରୀ ଦୀପକ ଦେଭାକୁ ମଧ୍ୟ ସାକ୍ଷାତ କରିଥିଲେ । ଓଡ଼ିଶାର କିଛି ବିଶେଷ ପର୍ଯ୍ୟଟନ ସ୍ଥାନମାନଙ୍କୁ ବିଶ୍ୱସ୍ତରର ମାନ୍ୟତା ଦେବା ସହ ଓଡ଼ିଶାର ସୃଜନଶୀଳକୁ ପ୍ରୋତ୍ସାହିତ କରିବାକୁ ସମସ୍ତ ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହା ସହ ପ୍ରତିନିଧିବୃନ୍ଦ ପ୍ରମୁଖ ବିବାହ ପର୍ଯ୍ୟଟନ ଶିଳ୍ପ ୱେଡିଂଲାଇନ ଇଭେଣ୍ଟସ୍ ଆଣ୍ଡ ହସ୍ପିଟାଲିଟିର ଏମ୍ଡ଼ି ଶ୍ରୀ ଚେତନ ବୋହୋରାଙ୍କ ସହ ଓଡ଼ିଶାରେ ବିବାହ ପର୍ଯ୍ୟଟନ ଶିଳ୍ପର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ସନ୍ଧ୍ୟାରେ, ପ୍ରତିନିଧିବୃନ୍ଦ ଏକ ଗୋଲଟେବୁଲ ବୈଠକରେ ୧୭ଟି ୱେଡିଂ ଓ ଇଭେଣ୍ଟ ପ୍ଲାନର୍ଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନରେ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସମର୍ଥ ବର୍ମା ଓଡ଼ିଶାର ପର୍ଯ୍ୟଟନ ସୁଯୋଗ, ଭିତ୍ତିଭୂମିର ଉପଲବ୍ଧତା, ପର୍ଯ୍ୟଟନ ସମ୍ଭାବନା ଓ ବିବାହ ପର୍ଯ୍ୟଟନ ଏବଂ ପର୍ଯ୍ୟଟନ ବିକାଶ ପାଇଁ ସଭା- ପ୍ରୋତ୍ସାହନ-ସମ୍ମିଳନୀ ଓ ପ୍ରଦର୍ଶନୀ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏହି ବୈଠକରେ ଓଡ଼ିଶା ପର୍ଯ୍ୟଟନର ବିଶେଷ କ୍ଷେତ୍ରର ବିକାଶ ବିନ୍ଦୁଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯାଇଥିଲା । ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲବନ୍ତ ସିଂ ଓଡ଼ିଶା ଭ୍ରମଣ ସହ ଓଡ଼ିଶାରେ ବିବାହ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଫାମ୍ ଟ୍ରିପ ନିମନ୍ତେ ୟୁକେ ପ୍ରତିନିଧିଙ୍କୁ ଓଡ଼ିଶାକୁ ଆମନ୍ତ୍ରଣ କରିଛନ୍ତି । ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଓଡ଼ିଶାରେ ହେବାକୁ ଥିବା ମେକ୍ ଇନ ଇଣ୍ଡିଆ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମଧ୍ୟ ନିମନ୍ତ୍ରଣ କରିଥିଲେ । ଓଡ଼ିଶା ପର୍ଯ୍ୟଟନର ପ୍ରତିନିଧିମାନେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଲଣ୍ଡନରେ ଅନୁଷ୍ଠିତ ୱାର୍ଲï ଟୁରିଜିମ ମାର୍କେଟ(ଡବ୍ଲଟିଏମ)ରେ ଉପସ୍ଥିତ ରହିବେ । ଅଗ୍ରଣୀ ଟୁର ଅପରେଟର, ଡେଷ୍ଟିନେସନ ମାନେଜମେଣ୍ଟ କମ୍ପାନି (ଏମସି) ଏବଂ ପର୍ଯ୍ୟଟନ ସହ ଜଡ଼ିତ ଶିଲ¬ପତି ଓ ନିବେଶକମାନଙ୍କ ସହ ସେମାନେ ଆଲୋଚନା କରିବେ । ୱାର୍ଲଡ ଟୁରିଜିମ ମାର୍କେଟରେ ଓଡ଼ିଶା ପାଭିଲିୟନରେ ଦୃଶ୍ୟ ପ୍ରଦର୍ଶନ ମାଧ୍ୟମରେ କୋଣାର୍କ ସୂର୍ଯ୍ୟ ମନ୍ଦିର, ପୁରୀ ଜଗନ୍ନାଥ ମନ୍ଦିର, ଚିଲିକା ହ୍ରଦ ଏବଂ ଓଡ଼ିଶାର ନିର୍ମଳ ବେଳାଭୂମି ଏବଂ ବନ୍ୟଜନ୍ତୁଙ୍କ ସମେତ ଓଡ଼ିଶା ଟୁରିଜିମ ଉତ୍ପାଦ ଇକୋ ରିଟ୍ରିଟ, ନେଚର କାମ୍ପ୍ସ ଏବଂ ୱାଟର ସ୍ପୋର୍ଟସ୍ ଆଦିର ଦୃଶ୍ୟ ଉପସ୍ଥାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ସାଂସ୍କୃତିକ ବିନିମୟ ଓ ରାଜ୍ୟର ଅର୍ଥନୈତିକ ବିକାଶ ସାଙ୍ଗକୁ ବିଦେଶୀ ନିବେଶକଙ୍କ ସହ ରାଜ୍ୟ ସରକାର ସ୍ଥାୟୀ ସହଭାଗିତା ନିମନ୍ତେ ପ୍ରୟାସ କରିଛନ୍ତି ।