ବ୍ୟୁରୋ : ଆମେରିକା ରଷ୍ଟ୍ରପଡି ନିର୍ବାଚନକୁ ନେଇ କିଏ ଜିତିବ କିଏ ହାରିବ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିଥିଲା ଡୋନାଲ୍ଡ ଟ୍ରମ୍ପ ଓ କମଲା ହ୍ୟାରିସଙ୍କ ମଧ୍ୟରେ ନିର୍ବାଚନକୁ ନେଇ ଚାଲିଥିଲା କଡା ଟକ୍କର । ତେବେ ବହୁ କଳ୍ପନା ଜଳ୍ପନା ପରେ ଏହାର ଅନ୍ତ ଘଟିଛି । ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିଛନ୍ତି ଟ୍ରମ୍ପ । ହାରିଛନ୍ତି କମଲା ହ୍ୟାରିସ । ଆମେରିକାର ୪୭ ତମ ରାଷ୍ଟ୍ରପତି ହେଲେ ଚୋନାଲ୍ଡ ଟ୍ରମ୍ପ। ଭୋଟ ଗଣତି ଚାଲିବା ବେଳେ ଅଧିକ ଭୋଟ ପାଇଛନ୍ତି ଟ୍ରମ୍ପ ।ଟ୍ରମ୍ପ କମଲା ହ୍ୟାରିସଙ୍କୁ ପଛରେ ପକାଇ ହ୍ୱାଇଟ ହାଉସର ମାଲିକ ହୋଇଛନ୍ତି ଟ୍ରମ୍ପ । ପ୍ରାରମ୍ବିକ ଫଳାଫଳ ଅନୁସାରେ ବହୁତ ଆଗରେ ଥିଲେ ଡୋନାଲ୍ଡ ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପଙ୍କୁ ୨୭୭ ଭୋଟ ମିଳିବା ପରେ କମଳା ହ୍ୟାରିସଙ୍କୁ ୨୨୬ ଭୋଟ ମିଳିଛି । ୨୭୭ ଭୋଟରେ ଜିତିଛନ୍ତି ଡୋନାଲ୍ଡ । ୪ ବର୍ଷ ପରେ ପୁଣି ଥରେ ରଷ୍ଟ୍ରପତି ହେଲେ ଡୋନାଲ୍ଡ ଟ୍ରମ୍ପ । ଜିତିବା ପରେ ଟ୍ରମ୍ପ ଜନତାଙ୍କ ଆଗରେ ତାଙ୍କର ବିଜୟୀ ଭାଷଣ ରଖିଛନ୍ତି । ଭାଷଣରେ ଆମେରିକାକୁ ଧନ୍ୟବାଦ ଜଣାଇଛନ୍ତି ଟ୍ରମ୍ପ । କହିଛନ୍ତି, ଏହି ବିଜୟ ଐତିହାସିକ ବିଜୟ । ସେନାଙ୍କୁ ଶକ୍ତିଶାଳୀ କରିବୁ । ଯୁଦ୍ଧ ଆଉ ହେବ ନାହିଁ । ଆମେରିକାବାସୀ ମୋତେ ବିଶ୍ୱାସ କରିଥିବାରୁ ଧନ୍ୟବାଦ । ଜବରଦସ୍ତ ବିଜୟ ଦେଇଥିବାରୁ ଆମେରିକାବାସୀଙ୍କ ପ୍ରତି ମୁଁ କୃତଜ୍ଞ । ଏହା ସହିତ ପତ୍ନୀ ମେଲାନିଆ ଓ ପରିବାର ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ା