23.1 C
Bhubaneswar
Monday, February 2, 2026
Homeଓଡିଶାକାର ଧକ୍କାରେ: ୨ ମୃତ , ଜଣେ ଆହତ

କାର ଧକ୍କାରେ: ୨ ମୃତ , ଜଣେ ଆହତ

ପୁରୀ: ବିଳମ୍ବିତ ରାତ୍ରିରେ ଦ୍ରୁତବେଗରେ ଆସୁଥିବା ଏକ କାର ଆମ୍ବ ଗଛକୁ ଧକ୍କା ଦେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବାର ସୂଚନା ମିଳିଛି। ଗୋପରୁ କୋଣାର୍କ ମୁଖ୍ୟ ରାସ୍ତା ଦେଇ ଜୁଣେଇ ନିକଟରେ ବିଳମ୍ବିତ ରାତ୍ରିରେ ଦ୍ରୁତଗତିରେ ସ୍ବିପ୍ଟ୍ କାର୍ ଜୁଣେଇ ବଜାର ନିକଟରେ ଆସୁଥିବାବେଳେ ଭାରସାମ୍ୟ ହରାଇ ଏକ ଆମ୍ବ ଗଛକୁ ସିଧା ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବୋମା ଫୁଟିଲା ପରି ଶବ୍ଦ ହେବାରୁ ସ୍ଥାନୀୟ ଲୋକେ ଉଠିପଡି ଦୌଡ଼ି ଘଟଣା ସ୍ଥଳରେ ପହଞ୍ଚିଥିଲେ। ପରେ ସ୍ଥାନୀୟ ଲୋକେ କୋଣାର୍କ ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ। ଖବର ପାଇ କୋଣାର୍କ ପୋଲିସ ସହ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗ୍ୟାସ କଟର ସାହାଯ୍ୟରେ କାରକୁ ଅଗ୍ନିଶମ କର୍ମଚାରୀ ପ୍ରଥମେ କାଟି କାର ମଧ୍ୟରୁ ତିନିଜଣଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ପ୍ରଥମେ ଗୋପ ଡାକ୍ତରଖାନାକୁ ନେବାବେଳେ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ଭୂବନେଶ୍ୱର ସ୍ଥାନାନ୍ତର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking