29.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶରାଜନୀତିରୁ ସନ୍ୟାସ ନେବେ ଶରଦ!;ଆଉ ନିର୍ବାଚନ ଲଢିବେନି ବୋଲି ସୂଚନା ଦେଲେ

ରାଜନୀତିରୁ ସନ୍ୟାସ ନେବେ ଶରଦ!;ଆଉ ନିର୍ବାଚନ ଲଢିବେନି ବୋଲି ସୂଚନା ଦେଲେ

ମୁମ୍ବାଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଉଭୟ ମହାବିକାଶ ଅଘାଡି (ଏମ୍‌ଭିଏ) ଏବଂ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ରାଜ୍ୟବାସୀଙ୍କୁ ନିଜ ସପକ୍ଷରେ ଜିତିବା ପାଇଁ ଜୋରଦାର ପ୍ରଚାର ଚଳାଇଛନ୍ତି। ମୋଟାମୋଟି ରାଜ୍ୟରେ ଏବେ ରାଜନୈତିକ ଉଷ୍ମତା ଶିଖରସ୍ତରରେ ରହିଛି। ଏସବୁ ମଧ୍ୟରେ ମହାରାଷ୍ଟ୍ର ରାଜନୀତିର ଅନ୍ୟତମ ପୁରୁଖା ନେତା କୁହାଯାଉଥିବା ୮୪ବର୍ଷୀୟ ଶରଦ ପୱାର ଆଜି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଯାହାକୁ ନେଇ ସକ୍ରିୟ ରାଜନୀତିରୁ ସେ ସବୁଦିନ ପାଇଁ ସନ୍ୟାସ ଗ୍ରହଣ କରୁଥିବା ବୋଲି ବୁଝାଯାଉଛି।
ଶରଦ ପୱାର ତାଙ୍କ ନିଜ ରାଜନୈତିକ ଗଡ଼ ବାରାମତୀରେ କହିଛନ୍ତି, “ସମୟ ସ୍ରୋତରେ ଗତି କରୁଥିବା ପ୍ରତ୍ୟେକ ମଣିଷକୁ କୌଣସି ନା ସ୍ଥାନରେ ଅଟକିବାକୁ ପଡ଼ିବ। ମୋତେ ମଧ୍ୟ ଏବେ ଅନୁଭବ ହେଉଛି ଯେ, ମୋତେ ଏବେ ଏଇଠୁ ହିଁ ଅଟକିଯିବା ଉଚିତ୍ ହେବ। ବର୍ତ୍ତମାନ କୌଣସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁନାହିଁ। ନୂଆ ଲୋକଙ୍କୁ ଆଗକୁ ଆସିବାକୁ ପଡ଼ିବ, ନିର୍ବାଚନ ଲଢ଼ିବାକୁ ହେବ, ଲୋକ ପ୍ରତିନିଧି ଭାବେ ଲୋକଙ୍କ ସବୁ ସମସ୍ୟା ଓ ପ୍ରଶ୍ନର ସମାଧାନ କରିବାକୁ ହେବ। ଯୁବପିଢ଼ି ଏସବୁ କରିବାରେ ସମର୍ଥ।” ସେହିପରି ନିଜ ଅବସର ସମ୍ପର୍କରେ କହିବାକୁ ଯାଇ ଏହି ଭେଟେରାନ୍ ରାଜନେତା କହିଛନ୍ତି, “ମୁଁ କହିବାକୁ ଚାହୁଁଛି ଯେ ମୁଁ ଆଉ ସରକାରରେ ନାହିଁ। ରାଜ୍ୟସଭା କାର୍ଯ୍ୟକାଳ ଆଉ ଦେଢ଼ ବର୍ଷ ବାକି ଅଛି। ଏହାପରେ ଆଉ କୌଣସି ପ୍ରକାର ନିର୍ବାଚନ ଲଢ଼ିବାକୁ ଆଗ୍ରହ ନାହିଁ। ମୁଁ ୧୪ଟି ନିର୍ବାଚନ ଲଢ଼ିଛି। ମୁଁ ଏବେ ବିଧାୟକ ହେବାକୁ ଚାହୁଁନାହିଁ କି ସାଂସଦ ହେବାକୁ ଚାହୁଁନାହିଁ। କିନ୍ତୁ ମୋତେ ଲୋକଙ୍କ ପ୍ରଶ୍ନର ସମାଧାନ କରିବାକୁ ପଡ଼ିବ।
ଏହି ଅବସରରେ ସେ ତାଙ୍କ ପୁତୁରା ଯୁଗେନ୍ଦ୍ର ପୱାରଙ୍କ କଥା ଉଲ୍ଲେଖ କରି କହିଛନ୍ତି ଯେ ଯୁଗେନ୍ଦ୍ର ନିର୍ବାଚିତ ହେଲେ ସେଠାକାର ଲୋକଙ୍କ ସମସ୍ୟାର ନିଶ୍ଚିତ ସମାଧାନ କରିବେ।” ସୂଚନାଯୋଗ୍ୟ, ଯୁଗେନ୍ଦ୍ର ବାରାମତୀରୁ ଶରଦ ପୱାରଙ୍କ ନେତୃତ୍ୱାଧୀନ ଏନସିପି (ଏସପି) ପ୍ରାର୍ଥୀ, ଯେଉଁଠାରେ ସେ ତାଙ୍କ ବଡ଼ବାପା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଶରଦ ପୱାର ନିଜେ ବାରାମତିରୁ ଯୁଗେନ୍ଦ୍ରଙ୍କ ପାଇଁ ପ୍ରଚାର କରୁଛନ୍ତି। ପ୍ରକାଶ, ନଭେମ୍ବର ୨୦ତାରିଖରେ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ ଓ ନଭେମ୍ବର ୨୩ରେ ଫଳାଫଳ ପ୍ରକାଶ ପାଇବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking