ଭୁବନେଶ୍ୱର: ଆଇନ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲା ଯାତ୍ରା କମିଟି ମହାସଂଘ । ଯାତ୍ରାକୁ ପ୍ରୋତ୍ସାହନ ବଦଳରେ ବ୍ୟବସାୟୀ କରଣ କରୁଥିବାରୁ ଯାତ୍ରା ଅନୁଷ୍ଠାନ ପାଇଁ ଏକ ସ୍ବତନ୍ତ୍ର ନିୟମ ପ୍ରସ୍ତୁତ କରିବାକୁ ଦାବି କରିଛନ୍ତି ଯାତ୍ରା କମିଟି ମହାସଂଘ । ଏଠି ସହିତ ଯାତ୍ରାରେ ଅଶ୍ଲୀଳତା, ଦ୍ବିଅର୍ଥବୋଧକ ଶବ୍ଦ ଓ ସମାଜ ପ୍ରତି ଖରାପ ପ୍ରଭାବ ପକାଉଥିବା କିଛି ନାଟକ ଓ ବିଷୟକୁ ବିରୋଧ ନିମନ୍ତେ ଦାବି କରାଯାଇଛି । ବର୍ତ୍ତମାନ ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣକୁ ନେଇ ବିବାଦ ଚରମ ସୀମାରେ ପହଁଚିଥିବା ବେଳେ ବ୍ୟବସାୟିକ ଫାଇଦା ପାଇଁ ଯାତ୍ରା ଆୟୋଜକ ମାନେ ନଗ୍ନ ନୃତ୍ୟକୁ ପ୍ରଶ୍ରୟ ଦେଉଥିବା ସାଧାରଣରେ ଅଭିଯୋଗ ହେଉଛି । ଅଭିଯୋଗ ପରେ ଏହା ଏବେ ବିତର୍କର ପ୍ରସଙ୍ଗ ପାଲଟିଛି । ଏନେଇ ଏପଟେ ଯାତ୍ରା ମାଲିକଙ୍କୁ ସିଧାସଳଖ ଦାୟୀକରିଛି ଯାତ୍ରା କମିଟି ମହାସଂଘ । ଯାତ୍ରାର ରାତି ପିଛା ମୂଲ୍ୟ ସହିତ ଟିକେଟ୍ ମୂଲ୍ୟ ବୃଦ୍ଧି ହେବାରୁ ଏଭଳି ପରିସ୍ଥିତି ଉପୁଜିଛି । ପ୍ରତ୍ୟେକ୍ଷରେ ଯାତ୍ରାକୁ ନେଇ ମାଲିକ ମାନେ ଚାପ ପକାଉଛନ୍ତି । ଯାହାକୁ ନେଇ ଅଶ୍ଲୀଳତା ବୃଦ୍ଧି ପାଉଛି । ସରକାର ଯାତ୍ରା ପରିବେଷଣ ପାଇଁ ଏକ ସ୍ୱତନ୍ତ୍ର ନିୟମାବଳୀ ଆଣିଲେ ଏହି ଅଶ୍ଲୀଳତାରେ ଅଙ୍କୁଶ ଲଗାଯାଇପାରିବ । ଏପଟେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟାରେ ଉଲ୍ଲେଖ କରି କହିଛନ୍ତି କୌଣସି ପ୍ରକାରରେ ଯାତ୍ରାରେ ସଂସ୍କୃତି ପରମ୍ପରାକୁ ପ୍ରଶୟ ଦିଆଯିବ ନାହିଁ । ସଂସ୍କୃତିର ସୁରକ୍ଷା ଦିଗରେ ଖୁବଶୀଘ୍ର ଏକ ନିର୍ଦ୍ଦେଶାବଳୀ ଜାରି କରାଯିବ ।