ରାଉରକେଲା: କୋଏଲ ନଦୀରେ ବୁଡ଼ିଯାଇଥିଲେ ନାବାଳକ, ଆଜି ବ୍ରାହ୍ମଣୀ ନଦୀରୁ ଉଦ୍ଧାରକରାଯାଇଛି ମୃତଦେହ । ନଦୀରେ ବୁଡ଼ି ନିଖୋଜ ଥିବା ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ରାଉରକେଲା କୋଏଲ ନଦୀରେ ବୁଡି ନିଖୋଜ ଥିଲେ ନାବାଳକ । ବ୍ରାହ୍ମଣୀରୁ ଉଦ୍ଧାର ହେଲା ମୃତଦେହ । ଗତ ୩ ତାରିଖ ଅପରାହ୍ନ ୪ଟା ବେଳେ ଘଟିଥିଲା ଘଟଣା । ନାବାଳକ ଜଣଙ୍କ ସାଙ୍ଗ ମାନଙ୍କ ସହ ସେକ୍ଟର ୧୯ କୋଏଲ ନଦୀ ହମିରପୁର ଘାଟକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ବେଳେ ଅସାବଧାନତା ବଶତଃ ତିନି ଜଣ ବୁଡ଼ିଯାଇଥିଲେ। ଦୁଇ ସାଙ୍ଗ ବୁଡ଼ିଯିବା ଦେଖି ସ୍ଥାନୀୟ ଲୋକେ ଉଭଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ନଦୀରେ ବୁଡ଼ି ନିଖୋଜ ହୋଇଥିଲେ ନାବାଳକ ପ୍ରତୀକ ବଡାଇକ । ତେବେ ମଙ୍ଗଳବାର ପ୍ରତୀକଙ୍କ ମୃତଦେହ ଉଦ୍ଧାର ହୋଇଛି । ନଦୀରେ ଭାସୁଥିବା ଦେଖି ମାଛ ଧରାଳି ତାଙ୍କୁ ଉଦ୍ଧାର କରିଛନ୍ତି । ବ୍ରାହ୍ମଣୀ ତରକେରା ଡ୍ୟାମ୍ରୁ ମୃତଦେହ ଉଦ୍ଧାର ହୋଇଛି । ପ୍ରତୀକ କୋଏଲ ନଦୀରେ ବୁଡ଼ିଥିଲେ କିନ୍ତୁ ବ୍ରାହ୍ମଣୀ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ନାବାଳକଙ୍କ ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।