ଭୁବନେଶ୍ୱର: ଗଜପତି ମହାରାଜା ଯାହା କହିଛନ୍ତି ଆମେ ସମର୍ଥନ ଜଣାଉଛୁ। ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ଆମର ପ୍ରାଥମିକତା ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହିଚନ୍ଦନ କହିଛନ୍ତି । ଜଗନ୍ନାଥ ସଂସ୍କୃତିକୁ ବିକୃତ, ଅସମ୍ମାନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ପ୍ରଥମେ ଆଲୋଚନା କରିବୁ , ସହମତି ନ ହେଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ପଦକ୍ଷେପ ବାବଦରେ ନିଷ୍ପତ୍ତି ନେବାରେ ଶ୍ରୀମନ୍ଦିର ପ୍ରଶାସନ ପ୍ରାଥୀକୃତ। ଶ୍ରୀମନ୍ଦିର ପ୍ରଶାସନ ଯାହା ନିଷ୍ପତ୍ତି ନେବେ ବିଭାଗର ସମର୍ଥନ ରହିବ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।