28.1 C
Bhubaneswar
Tuesday, November 5, 2024
Homeଦେଶ ବିଦେଶଦିଲ୍ଲୀ ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର; ୪୦୦ ନିକଟତର ହେଲା ଏକ୍ୟୁଆଇ

ଦିଲ୍ଲୀ ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର; ୪୦୦ ନିକଟତର ହେଲା ଏକ୍ୟୁଆଇ

ନୂଆଦିଲ୍ଲୀ: ଦିଲ୍ଲୀ ପୁଣିଥରେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର ସାବ୍ୟସ୍ତ ହୋଇଛି। ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଏୟାର କ୍ୱାଲିଟି (ବାୟୁ ଗୁଣବତ୍ତା) ଅଧିକ ଖରାପ ସ୍ତରରେ ପହଞ୍ôଚଛି। ସହରରେ ଥିବା ୪୦ ମନିଟରିଂ ଷ୍ଟେସନ୍ ମଧ୍ୟରୁ ୧୨ରୁ ଅଧିକ ଷ୍ଟେସନ୍‌ଗୁଡ଼ିକ ବାୟୁର ଗୁଣବତ୍ତାକୁ ନେଇ ରେଡ୍ ଜୋନ୍‌ରେ ରହିଛନ୍ତି। ରବିବାର ଦିଲ୍ଲୀରେ ବାୟୁ ଗୁଣବତ୍ତା ସ୍ତର (ଏକ୍ୟୁଆଇ) କେତେକ ମନିଟରିଂ ଷ୍ଟେସନ୍‌ରେ ୪୩୭ ଛୁଇଁବା ପରେ ଏହାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି।

ତେବେ ରବିବାର ଦିଲ୍ଲୀରେ ହାରାହାରି ଏକ୍‌ୁ୍ୟଆଇ ୩୮୨ ରହିଥିବା ରେକର୍ଡ କରାଯାଇଥିବା ସେଣ୍ଟ୍ରାଲ୍ ପଲ୍ୟୁସନ୍ କଣ୍ଟ୍ରୋଲ୍ ବୋଡ୍‌ର୍ (ସିପିସିବି) ପକ୍ଷରୁ କୁହାଯାଇଛି। ପ୍ରକାଶ, ସିପିସିବି ୦-୫୦ର (ପ୍ରଦୂଷଣ ମାନ) ଏକ୍ୟୁଆଇକୁ “ଭଲ’ କାଟାଗୋରୀରେ ରଖୁଥିବା ବେଳେ ୫୧-୧୦୦ ଆଶ୍ୱସ୍ତିଜନକ ବର୍ଗରେ, ୧୦୧-୨୦୦ ଚଳନୀୟ, ୨୦୧-୩୦୦ ଖରାପ ବର୍ଗରେ ରଖିଥାଏ। ସେହିପରି ୩୦୧ରୁ ୪୦୦ ଏକ୍ୟୁଆଇକୁ ଅତ୍ୟନ୍ତ ଖରାପ ବର୍ଗରେ ଏବଂ ଏବଂ ୪୦୧-୪୫୦ ଏକ୍ୟୁଆଇ ସ୍ତରକୁ (ଗୁରୁତର)ସ୍ତରରେ ତଥା ୪୫୦ରୁ ଊର୍ଦ୍ଧ୍ୱ ଏକ୍ୟୁଆଇ ସ୍ତରକୁ ଅତ୍ୟନ୍ତ ଗୁରୁତର ବର୍ଗରେ ରଖିଥାଏ। ଏହି ସ୍ତରର ବାୟୁ ସୁସ୍ଥ ଲୋକଙ୍କୁ ମଧ୍ୟ ପ୍ରଭାବିତ କରିଥାଏ ଏବଂ ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ମାରାତ୍ମକ ବୋଲି ଦର୍ଶାଇଥାଏ।

ପ୍ରତିବର୍ଷ ଏହି ସମୟ ବେଳକୁ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ତର ବଢ଼ିଯାଇଥାଏ। କାରଣ ପଡୋଶୀ ପଞ୍ଜାବ ଏବଂ ହରିୟାଣାର ଶୀତଳ ବାୟୁ ଧୂଳି, ନିର୍ଗମନ ଏବଂ ଧୂଆଁରେ ଫସି ରହିଥାଏ। ତେବେ ଏସବୁ ମଧ୍ୟରେ ଚଳିତ ବର୍ଷର ଦୀପାବଳି ମହୋତ୍ସବ ପାଳନ କରାଯିବା ପରେ ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତି ଅଧିକ ଉଦ୍‌ବେଗଜନକ ହୋଇପଡିଛି। ସିପିସିବି ଗତ ଶୁକ୍ରବାର ସକାଳ ସମୟରେ ଇଣ୍ଡିଆ ଗେଟ୍ ସମେତ ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ବାୟୁ ଗୁଣବତ୍ତା ମାନ (ଏକ୍‌ୁ୍ୟଆଇ) ୪୦୦ ନିକଟତର ହୋଇଥିବା ଦର୍ଶାଇଥିଲା। ଗୁରୁବାର ଦିପାବଳୀ ପାଳନ ପରେ ବିଭିନ୍ନ ସ୍ଥାନର ଏକ୍ୟୁଆଇ ଖରାପ ଶ୍ରେଣୀରୁ ଅତି ଖରାପ ଶ୍ରେଣୀକୁ ଯାଇଥିବା ଏକ୍ୟୁଆଇ ଦର୍ଶାଇଛି। ଦିଲ୍ଲୀରେ ୮ଟି ମନିଟରିଂ ଷ୍ଟେସନ୍ ତଥା ନିରୀକ୍ଷଣ କେନ୍ଦ୍ରକୁ ରେଡ୍ ଜୋନ୍‌ରେ ରଖାଯାଇଥିଲା ଯାହାକି ଏବେ ୧୨ଟି ମନିଟରିଂ ଷ୍ଟେସନ୍‌କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking