ବ୍ୟୁରୋ : ଶଙ୍ଖ ଛାଡି ପଦ୍ମ ଧରିଲେ ଦୁଇ ବିଜେଡି ନେତା । ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଏ ଦୁହେଁ ପଦ୍ମ ଧରିଛନ୍ତି । ସେମାନେ ସାହାରାପଡା ବ୍ଲକ ଅଧ୍ୟକ୍ଷା ରୀନା ନାଏକ ଓ ବିଜେଡି ସମର୍ଥିତ କେନ୍ଦୁଝର ଜିଲ୍ଲା ଓକିଲ ସଂଘର ସଭାପତି ଆଲୋକ ମହାନ୍ତ । ଲୋକଙ୍କୁ ସେବା ଯୋଗାଇ ଦେବାକୁ ବିଜେପିରେ ମିଶିଥିବା କହିଛନ୍ତି ରୀନା ନାଏକ । ଜିଲ୍ଲା ଓକିଲ ସଂଘର ସଭାପତି ଆଲୋକ ମହାନ୍ତ କହିଛନ୍ତି ବିଜେଡିରେ ତାଙ୍କୁ ସବୁବେଳେ ଅବେହେଳା କରାଯାଇଛି । ବିଜେଡିରେ ଚାଲିଥିବା ଏକଛତ୍ରବାଦରେ ଏତିଷ୍ଠ ହୋଇ ସେ ମୁଖ୍ୟମନ୍ତ୍ରୀ, ବିଜେପି ଜିଲ୍ଲା ସଭାପତି ଓ ବିଜେପି ଯୁବ ମୋର୍ଚ୍ଚା ସଭାପତିଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ବୋଲି କହିଛନ୍ତି ।