ବାଲେଶ୍ୱର: ବାଲେଶ୍ୱର ସମୁଦ୍ର ମଝିରେ ଦେଖିବାକୁ ମିଳିଛି ଏକ ବଡ ଆଶ୍ଚର୍ଯ୍ୟର ବସ୍ତୁ ଯାହାକୁ ଦେଖିବା ପାଇଁ ଲୋକ ମାନଙ୍କର ନାହିଁ ନ ଥିବାର ଭିଡ ଜମୁଛି । ସମୁଦ୍ର ମଝିରେ ଏ ଦୃଶ୍ୟକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ସୂଚନା ମୁତାବକ ବାଲେଶ୍ୱର ଜିଲ୍ଲା ଉଦୟପୁର ସମୁଦ୍ର ନିକଟରେ ଠାବ ହେଲା ବିରାଟ ଲୁହା ବସ୍ତୁ । ଏହି ଲୁହା ବସ୍ତୁକୁ ଦେଖିବା ପାଇଁ ସମୁଦ୍ର ନିକଟରେ ଲୋକଙ୍କ ଭିଡ ଲାଗି ଥିବାର ଦେଖିବାକୁ ମିଳିଛି । ସମୁଦ୍ର ମଝିରେ ଜାହାଜକୁ ରାସ୍ତା ଦେଖାଉଥିବା ଅନୁମାନ କରାଯାଉଛି । ବାତ୍ୟା ଦାନା ପ୍ରଭାବରେ ଭାସିଆସିଥିବାର ସନ୍ଦେହ ମଧ୍ୟ କରାଯାଉଥିବାର ସୂଚନା ରହିଛି ।