ବ୍ୟୁରୋ: ଏକାଧିକ ରାଜନୀତିକ ଦଳର ଅନୁରୋଧକ୍ରମେ ଆଜି ଭାରତୀୟ ନିର୍ବାଚନ କମିଶନ ୧୪ଟି ବଧାନସଭା ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନ ତାରିଖ ବଦଳାଇ ଦେଇଛନ୍ତି। କେରଳ, ପଞ୍ଜାବ ଓ ଉତ୍ତର ପ୍ରଦେଶର ୧୪ଟି ବିଧାନସଭା ଆସନରେ ଆସନ୍ତା ୧୩ ତାରିଖରେ ଭୋଟ ଗ୍ରହଣ ହେବାର ଥିଲା। କିନ୍ତୁ ଏବେ ଏଠାରେ ଉପ ନିର୍ବାଚନ ପାଇଁ ମତଦାନ ନଭେମ୍ବର ୨୦ରେ ଅନୁଷ୍ଠିତ ହେବ। ଭୋଟିଂ ତାରିଖ ବଦଳିଥିଲେ ହେଁ ଗଣତି ଓ ରେଜଲ୍ଟ ପ୍ରକାଶ ତାରିଖ ଅପରିବର୍ତ୍ତିତ ରହିଛି। ମହାରାଷ୍ଟ୍ର ଓ ଝାରଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ସହ ଏହି ସବୁ ଆସନର ରେଜଲ୍ଟ ନଭେମ୍ବର ୨୩ରେ ପ୍ରକାଶ ପାଇବ।