19.1 C
Bhubaneswar
Saturday, November 23, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ମଣିଷ ମୁହଁ ଚିହ୍ନିବା ସହଜ କିନ୍ତୁ ମନୁଷ୍ୟର ମନ ଆଉ ଉଦ୍ଧେଶ୍ୟ ଚିହ୍ନିବା ଅତ୍ୟନ୍ତ କଷ୍ଟକର ।
ପ୍ରତ୍ୟେକ ସଫଳତା ପଛରେ ଜଣେ ନାରୀର ଅବଦାନ ଥାଏ ।ସେ ମାଆ ହୁଅନ୍ତୁ ବା ସ୍ତ୍ରୀ କିମ୍ବା ଭଲ ସାଙ୍ଗଟିଏ ।*

ରୂପ ଠାରୁ ଚରିତ୍ର ବଡ,ପ୍ରେମ ଠାରୁ ତ୍ଯାଗ ବଡ ଓ ଧନ ଠାରୁ ମାନବିକତା ବଡ ।ହେଲେ ସୁନ୍ଦର ସମ୍ପର୍କ ଠାରୁ ବଡ ଏ ଦୁନିଆରେ କିଛି ବି ନାହିଁ ।*

ପରିଶ୍ରମର ଫଳ”ଆଉ “ସମସ୍ଯାର ସମାଧାନ ” ଡେରିରେ ମିଳିଥାଏ କିନ୍ତୁ ନିଶ୍ଚିତ ମିଳିଥାଏ ।

ଯିଏ ଆସିବାକୁ ଚାହେଁ ତା’ପାଇଁ ବାଟ ଅଭାବ ନାହିଁ ଆଉ ଯିଏ ଯିବାକୁ ଚାହେଁ ତା’ପାଇଁ ବାହାନା ଅଭାବ ନାହିଁ ।*

Misunderstanding ଏମିତି ଏକ ଜିନିଷ ଯାହା ଅତି ନିବିଡ଼ ସମ୍ପର୍କକୁ ବି

ଭାଙ୍ଗି ଦେଇପାରେ ।

ଚିନ୍ତା ସେତିକି କର ଯେତିକି ରେ ତୁମର କୌଣସି କାମ କେମିତି ସଫଳ ହେଇଯିବ,ଏତେ ନୁହେଁ ଯେ ଜୀବନ ସମାପ୍ତ ହୋଇଯିବ।*

ଶବ୍ଦର ଶକ୍ତିକୁ ଅବମାନନା କରନ୍ତୁ ନାହିଁ। ଏକ ଛୋଟ “ହଁ” ଏବଂ ଏକ ଛୋଟ “ନା” ସମଗ୍ର ଜୀବନକୁ ପରିବର୍ତ୍ତନ କରିଦେଇଥାଏ ।*

ସ୍ନାନ କରିବା ଆଗରୁ ଆଖୁରସ, ଫଳ, ଦୁଧ ଖିଆଯାଇପାରେ । ଦାନ କରାଯାଇପାରେ । ଏଥିରେ ପାପହୁଏ ନାହିଁ।*

ବିଦେଶରେ ବିଦ୍ୟା ମିତ୍ର, ଗୃହରେ ଭାର୍ଯ୍ୟା ମିତ୍ର, ରୋଗ କାଳରେ ଔଷଧ ମିତ୍ର ଏବଂ ସ୍ୱକୃତ ସତ୍ କର୍ମ ହିଁ ମୃତ୍ୟୁ ପରେ ମିତ୍ରର କାର୍ଯ୍ୟ କରିଥାଏ।*

ଅଦ୍ୟ ନଭେମ୍ବର ମାସ ୦୪ ତାରିଖ ୨୦୨୪ ମସିହା(ସୋମବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
କାର୍ତ୍ତିକମାସ- ଶୁକ୍ଳପକ୍ଷ
ତିଥି- ତୃତୀୟା ରାତ୍ରି ଘ ୧୧/୨୨ ଗତେ ଚତୁର୍ଥୀ
ନକ୍ଷତ୍ର- ଅନୁରାଧା ଦିବା ଘ ୦୮/୩୭ ଗତେ ଜ୍ୟେଷ୍ଠା
ଚନ୍ଦ୍ର – ବିଛା
ଯୋଗ- ଶୋଭନ
କରଣ – ତୈତିଳ
ସୌରମାସ- ତୁଳା ୧୯ ଦିନ
*✧═════•❁❀❁•════
✧*
ସୁର୍ୟୋଦୟ-ପ୍ରାତଃ ଘ୦୫/୫୪/୧୦
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୮/୨୬
*✧═════•❁❀
ଯୋଗିନୀ ଆଗ୍ନିକୋଣେ ରାତ୍ରି ଘ୧୧/୨୨ଗତେ ନୈରୁତେ
ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମିଥୁନ ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୭/୧୮ ଗତେ ଘ୦୮/୪୪ ମଧ୍ୟେ
ବାରବେଳା – ଦିବା ଘ୦୨/୧୨ ଗତେ ଘ୦୩/୩୭ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୭/୧୭ ମଧ୍ୟେ ଓ ଘ୦୯/୦୬ ଗତେ ଘ୧୧/୩୧ ମଧ୍ୟେ ଓରାତ୍ରି ଘ୦୭/୩୭ ଗତେ ଘ୧୦/୫୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ପୋଟଳ ଭକ୍ଷଣ ନିଷେଧ

✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
: ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।*
✧═════•❁❀❁•═════
ବୃଷ : ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।ବ୍ୟବସାୟ ବାଣିଜ୍ୟରେ ଆସାତିତ ଲାଭ ହେବ।
✧═════•❁❀❁•═════
ମିଥୁନ
: ପୂର୍ବରୁ ବିରୁଦ୍ଧରେ ଥିବା ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ଶତ୍ରୁ ଅପସରି ଯିବେ । କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି ।*
✧═════•❁❀❁•═════
କର୍କଟ : କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।
✧═════•❁❀❁•═════
ସିଂହ
: ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।*
✧═════•❁❀❁•═════
କନ୍ୟା
: ଅବାଞ୍ଛିତ ଭାବେ ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତା` ହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ । ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।*
✧═════•❁❀❁•═════
ତୁଳା
: ଆଜି ବ୍ୟୟ ବୃଦ୍ଧି ହେଲେହେଁ ଆପଣଙ୍କର ପରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । ପରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।*
✧═════•❁❀❁•═════
ବିଛା
: ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ ।*
✧═════•❁❀❁•═════
ଧନୁ
: ଆଜି ଶାରୀରିକ କଷ୍ଟ ସହ ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତା.ର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।*
✧═════•❁❀❁•═════
ମକର
: ଆଜିର ଦିନ ଆୟ ବର୍ଦ୍ଧକ ସହ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ ।*
✧═════•❁❀❁•═════
କୁମ୍ଭ
: ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ଆସାକରିବେ କିନ୍ତୁ ମିଳିପାରିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ । ଆପଣଙ୍କର ସବୁ କଥାରେ ବାଧା ରହିବ ଓ ଆକସ୍ମିକ ଅର୍ଥବ୍ୟୟ ହେବାର ଯୋଗ ରହିଛି ।*
✧═════•❁❀❁•═════
ମୀନ
: ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking