ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ପରିବା ହାଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି। ନିଆଁରେ ଜଳି ପୋଡ଼ି ପାଉଁଶ ହୋଇଯାଇଛି ହଜାର ହଜାର ଟଙ୍କାର ପନି ପରିବା। ବସ୍ତା ବସ୍ତା ଆଳୁ, ବାଇଗଣ,ସାରୁ, କଲରା, ଭେଣ୍ଡି, ପିଆଜ ଓ ରସୁଣ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଥିବା ବେଳେ ଏମିତି ଭୟାନକ ଘଟଣା ଗତକାଲି ରାତିରେ ଘଟିଛି । ବ୍ୟବସାୟୀମାନେ ବିକ୍ରି କରି ସାରିବା ପରେ ପରିବା ରଖି ଘରକୁ ଯାଇଥିଲେ। ବିଳମ୍ବିତ ରାତିରେ ପରିବା ହାଟରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିବାର ସୂଚନା ରହିଛି ।