ମାଲକାନଗିରି: ମାଲକାନଗିରି ବିଜେଡିର ସ୍ଥିତି ଏବେ ସେତେଟା ଭଲ ନାହିଁ। କର୍ମୀ ଧୀରେଧୀରେ ଦଳ ଛାଡ଼ିବାକୁ ଲାଗିଲେଣି। ନିର୍ବାଚନ ପୂର୍ବରୁ ବିଜେଡିରେ ଥିବା ଗୋଷ୍ଠୀ କନ୍ଦଳ ତାକୁ ଦୁଇଟି ନିର୍ବାଚନରେ ପରାସ୍ତ କରିଥିବା ବେଳେ ଏବେ ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷ ପଦକୁ ମଧ୍ୟ ଅନ୍ୟ ରାଜନୈତିକ ଦଳଗୁଡିକ ଆଖି ପକାଇଲେଣି। ନିକଟରେ କୋରକୋଣ୍ଡା ବ୍ଲକରେ ହୋଇଥିବା ଅନାସ୍ଥା ପ୍ରସ୍ତାବ ଏହାର ଏକ ଉଦାହରଣ। ଏପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ, ପୂର୍ବତନ ବିଧାୟକ, ଜିଲ୍ଲାସ୍ତରୀୟ ନେତା ବିଜେଡି ଛାଡ଼ିଛନ୍ତି। ଆଜି କୋରକୋଣ୍ଡା ବ୍ଲକର ୭ ଜଣ ସମିତି ସଭ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
ଏହା ପରେ ଆଜି କୋରକୋଣ୍ଡା ବ୍ଲକର ୭ ଜଣ ସମିତି ସଭ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ପୋଟ୍ରେଲ ପଞ୍ଚାୟତର ସମିତି ସଭ୍ୟ ମାନସିକ ପଡିଆମି, କାମବାଡା ପଞ୍ଚାୟତର ସମିତି ସଭ୍ୟା ରିନା ମାଡକାମୀ, ମାରିଵାଡା ପଞ୍ଚାୟତର ସମିତି ସଭ୍ୟ ଇର୍ମା ମାଢ଼ି, ନୀଳାକାମ୍ବେରୁ ପଞ୍ଚାୟତର ସମିତି ସଭ୍ୟ ପଦିଆ ସୋଡି, ପୁରୁଣା ଚିମଟାପାଲୀ ପଞ୍ଚାୟତର ସମିତି ସଭ୍ୟା ମଦନା ପାମିଆ, କାପ୍ଵାରୋଚା ପଞ୍ଚାୟତର ସମିତି ସଭ୍ୟ ପର୍ଶୁରାମ ଖେମୁଡୁ ଏବଂ ସୋମନାଥପୁର ପଞ୍ଚାୟତର ସମିତି ସଭ୍ୟ ଲଇଚନ ଶିଶା। ଏମାନେ ଇସ୍ତଫା ଦେବା ପରେ ଦଳରେ ବଡ଼ ପ୍ରଭାବ ପଡିବ ବୋଲି କୁହାଯାଇଛି। ବିଜେଡି ହାରିବା ପରେ ନେତା ଓ କର୍ମୀଙ୍କ ମଧ୍ୟରେ ପୂର୍ବ ପରି ଆଉ ଭାଇଚାରା ନଥିବା ଦେଖିବାକୁ ମିଳିଛି।










