ବ୍ରହ୍ମପୁର: ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇଙ୍କୁ ଗାଳି ଗୁଲଜ ଓ ଧମକ ଘଟଣା ନେଇ ଅଭିଯୋଗ ହୋଇଛି । ମୋବାଇଲରେ କଲ କରି ଧମକ ଦେଉଥିବାରୁ ଟାଉନ ଥାନାରେ ଏତଲା ଦିଆଯାଇଥିବା ସୂଚନା ମିଳିଛି । ମେୟରଙ୍କ ଏତଲା ଭିତ୍ତିରେ ମାମଲା ରୁଜୁ କରି ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଛି । କଲ ଆସିଥିବା ନମ୍ବର ଟି ନିଗମର ପୂର୍ବତନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କର ବୋଲି ସୂଚନା ରହିଛି ।