ବ୍ୟୁରୋ : ଚଢିଗଲା ଦନ୍ତାହାତୀ ଉପରେ ମାଲବାହୀ ଟ୍ରେନ । ଢେଙ୍କାନାଳ – ଅନୁଗୋଳ ମଧ୍ୟରେ ଥିବା ମେରାମଣ୍ଡଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତ ହାତୀଟି ୧୪ରୁ ୧୫ ବର୍ଷ ହେବା ବୋଲି ପୂର୍ବାନୁମାନ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ହାତୀ ପଲ ରେଳଧାରଣା ପାର ହୋଇ ଯାଉଥିଲେ । ଏହି ସମୟରେ ମାଲବାହୀ ଟ୍ରେନଟି ସେହି ଟ୍ରାକ ଦେଇ ଯିବା ବେଳେ ହାତୀଟିକୁ ଧକ୍କା ଦେଇଥିଲା । ହାତୀଟି ଛିଟିକି ତଳେ ଅନ୍ୟତ୍ର ପଡିଯାଇଥିଲା । ଘଟଣା ସ୍ଥଳରେ ହାତୀଟିର ମୃତ୍ୟୁ ହୋଇଛି । ଏହାପରେ ଘଟଣା ସ୍ଥଳରେ ବନ ବିଭାଗ ଟିମ ଓ ସ୍ଥାନୀୟ ପୁଲିସ ପହଞ୍ଚି ହାତୀର ମୃତଦେହକୁ ଉଦ୍ଧାର କରିଥିଲା । ତେବେ କେଉଁପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହା ଏଯାବତ ସ୍ପଷ୍ଟ ଜଣାପଡିନାହିଁ । ଏନେଇ ପୁଲିସ ଓ ବନ ବିଭାଗ ଘଟଣାର ତଦନ୍ତ କରୁଛନ୍ତି ।