ବ୍ୟୁରୋ : ତାଇଫ୍ୱାନରେ ଉଗ୍ର ରୂପ ଦେଖାଇଛି ବାତ୍ୟା କଙ୍ଗରେ । ବାତ୍ୟା ପ୍ରଭାବରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫୦ ଅଧିକ ଆହତ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଗୁରୁବାର ଦିନ ସାମୁଦ୍ରିକ ଝଡ ତାଇୱାନ ପୂର୍ବ ଉପକୂଳରେ ମାଡ ହେବା ପରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଝଡ ପ୍ରଭାବରେ ଭୀଷଣ ବର୍ଷା ଯୋଗୁଁ ବିଦ୍ୟୁତ କାଟ ରହିଛି । ତଳିଆ ଅଞ୍ଚଳରେ ପାଣି ଜମି ରହିବାରୁ ଜଳ ଘେରରେ ଲୋକ ହନ୍ତସନ୍ତ ହେଉଛନ୍ତି । ବହୁ ଅଂଚଳକୁ ଯୋଗାଯୋଗ ବିଛ୍ଛିନ୍ନ ହୋଇପଡିଛି । ତେବେ ଏନେଇ ଗୁରୁବାର ଟ୍ରେନ ଚଳାଚଳ ବନ୍ଦ ରହିଥିବା ବେଲେ ୨୯୮ ବିମାନର ଉଡାଣକୁ ବାତିଲ କରାଯାଇଛି । ସାମୁଦ୍ରିକ ଝଡ ତାଇତୁଙ୍ଗ ପ୍ରାନ୍ତ ଅତିକ୍ରମ କରିବା ସମୟରେ ଘଣ୍ଡାପ୍ରତି ୧୮୦ କିମି ବେଗରେ ପବନ ବହିଥିବା ସୂଚନା ମିଳିଛି ।