26.1 C
Bhubaneswar
Wednesday, October 30, 2024
Homeଅପରାଧରୋଗୀଙ୍କୁ ଅଚେତ୍ କରାଇ ବଳାତ୍କାର କଲେ ଡାକ୍ତର!

ରୋଗୀଙ୍କୁ ଅଚେତ୍ କରାଇ ବଳାତ୍କାର କଲେ ଡାକ୍ତର!

କୋଲକାତା :କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏହି ଘଟଣାରେ ମୃତା ଡାକ୍ତରଙ୍କ ପରିବାରକୁ ନ୍ୟାୟ ଦାବିରେ ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ପଶ୍ଚିମବଙ୍ଗରେ ଆନ୍ଦୋଳନ ଜାରି ରହିଥିଲା । ଏବେ ପୁଣିଥରେ ଏହି ରାଜ୍ୟ ଚର୍ଚ୍ଚାକୁ ଆସିଛି । ଏଥର ଜଣେ ଡାକ୍ତର ତାଙ୍କ ପାଖକୁ ଚିକିତ୍ସା ହେବା ପାଇଁ ଯାଇଥିବା ମହିଳା ରୋଗୀଙ୍କୁ ବଳାତ୍କାର କରିଛନ୍ତି । କେବଳ ସେତିକିରେ ଡାକ୍ତରଙ୍କ ବର୍ବରତା ଶେଷ ହୋଇନାହିଁ, ସେ ମହିଳାଙ୍କ ଅସଂଯତ ଅବସ୍ଥାର ଫଟୋ ଉଠାଇ ତାଙ୍କୁ ବ୍ଲାକ୍‌ମେଲ୍ କରିବା ସହ ଏକାଧିକ ଥର ବଳାତ୍କାର କରିଛନ୍ତି । ଉତ୍ତର ୨୪ ପ୍ରଗଣା ଜିଲା ଅନ୍ତର୍ଗତ ହସ୍‌ନାବାଦରେ ଏହି ଘଟଣା ଘଟିଛି । ଡାକ୍ତର ଜଣକ ମହିଳା ରୋଗୀଙ୍କୁ ଟ୍ରାଙ୍କୁଲାଇଜିଂ ସିରମ୍ ଇଞ୍ଜେକ୍‌ଶନ ଦେଇ ଅଚେତ କରାଇବା ପରେ ବଳାତ୍କାର କରିଥିଲେ । ପୀଡ଼ିତା ଓ ତାଙ୍କ ସ୍ୱାମୀଙ୍କ ଅଭିଯୋଗକ୍ରମେ ପୋଲିସ ଅଭିଯୁକ୍ତ ଡାକ୍ତରଙ୍କୁ ମଙ୍ଗଳବାର ଗିରଫ କରିଛି ।

ଅଭିଯୋଗ ଅନୁଯାୟୀ କିଛିଦିନ ପୂର୍ବରୁ ମହିଳାଙ୍କ ସ୍ୱାମୀ ରାଜ୍ୟ ବାହାରକୁ କୌଣସି କାମରେ ଯାଇଥିଲେ । ଏହି ସମୟରେ ମହିଳା ଜଣକ ଚିକିତ୍ସା ପାଇଁ ସମ୍ପୃକ୍ତ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଡାକ୍ତର ମହିଳାଙ୍କୁ ପ୍ରଥମେ ଅଚେତ କରାଇବା ପରେ ବଳାତ୍କାର କରିଥିଲେ । ଅଚେତ ଥିବା ମହିଳାଙ୍କ ଅସଂଯତ ଅବସ୍ଥାର କେତେକ ଫଟୋ ମଧ୍ୟ ଡାକ୍ତର ଉଠାଇଥିଲେ । ଉକ୍ତ ଫଟୋକୁ ଦେଖାଇ ସେ ପୀଡ଼ିତାଙ୍କୁ ବ୍ଲାକ୍‌ମେଲ୍ କରିବା ସହ ସେଗୁଡ଼ିକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ । ଏହିଭଳି ଭୟଭୀତ କରାଇ ସେ ମହିଳାଙ୍କୁ ଏକାଧିକ ଥର ବଳାତ୍କାର କରିବା ସହ ତାଙ୍କଠାରୁ ୪ ଲକ୍ଷ ଟଙ୍କା ନେଇଯାଇଥିଲେ । ସମାଜରେ ସମ୍ମାନହାନି ହେବା ଡରରେ ମହିଳା ଜଣକ ଏହି କଥା କାହାକୁ କହିପାରୁ ନ ଥିଲେ । ସ୍ୱାମୀ ବାହାରେ ରହିଥିବାରୁ ସେ ସମ୍ପୂର୍ଣ୍ଣ ନିଃସହାୟ ହୋଇପଡ଼ିଥିଲେ । ସ୍ୱାମୀ ଘରକୁ ଫେରିବା ପରେ ପୀଡ଼ିତା ସବୁ କଥା ତାଙ୍କୁ ଜଣାଇଥିଲେ । ସ୍ୱାମୀ ତାଙ୍କୁ ସାନ୍ତ୍ୱନା ଦେବା ସହ ପୋଲିସରେ ଏତଲା ଦେବା ପାଇଁ ପ୍ରବର୍ତ୍ତାଇଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଡାକ୍ତରଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking