19.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଆୟୁଷ୍ମାନ ଭାରତ ବନ୍ଦ କର ମଡେଲ ଲାଗୁ କର: କେଜ୍ରିୱାଲ

ଆୟୁଷ୍ମାନ ଭାରତ ବନ୍ଦ କର ମଡେଲ ଲାଗୁ କର: କେଜ୍ରିୱାଲ

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଚାଲିଛି ରାଜନୀତି। କେନ୍ଦ୍ର ସରକାରଙ୍କ ଏହି ଯୋଜନା ଦିଲ୍ଲୀରେ କାର୍ଯ୍ୟକାରୀ ନହେବା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମାଲୋଚନା ପରେ ତୁରନ୍ତ କାଉଣ୍ଟର ଆଟାକ୍ କରିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନକରିବାରୁ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀ ଏବଂ ବେଙ୍ଗଲ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଏହାପରେ କେଜ୍ରିୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରସଙ୍ଗକୁ ରାଜନୀତିକରଣ କରିବା ଉଚିତ ନୁହେଁ। ଅରବିନ୍ଦ କେଜ୍ରିୱାଲ ନିଜ ‘ଏକ୍ସ’ ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି ଯେ, ଲୋକଙ୍କ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ରାଜନୀତି କରିବା ଉଚିତ ନୁହେଁ। ଦିଲ୍ଲୀ ସରକାରଙ୍କ ଯୋଜନା ଅନୁଯାୟୀ ଦିଲ୍ଲୀରେ ରହୁଥିବା ପ୍ରତ୍ୟେକ ନାଗରିକ ମାଗଣାରେ ଚିକିତ୍ସିତ ହେଉଛନ୍ତି। ଯେତେ ଖର୍ଚ୍ଚ ହେଉନା କାହିଁକି, ସମଗ୍ର ଖର୍ଚ୍ଚ ଦିଲ୍ଲୀ ସରକାର ବହନ କରୁଛନ୍ତି। ପାଞ୍ଚ ଟଙ୍କାର ବଟିକା ହେଉ କିମ୍ବା କୋଟିଏ ଟଙ୍କା ମୂଲ୍ୟର ଚିକିତ୍ସା, ଦିଲ୍ଲୀ ସରକାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାଗଣାରେ ସମ୍ପୂର୍ଣ୍ଣ ଚିକିତ୍ସା ଯୋଗାଉଛନ୍ତି। ଯଦି ଆପଣ କହିବେ, ମୁଁ ଆପଣଙ୍କୁ ଲକ୍ଷ ଲକ୍ଷ ଲୋକଙ୍କ ତାଲିକା ପଠାଇବି, ଯେଉଁମାନେ ଏହାର ଫାଇଦା ପାଉଛନ୍ତି। କେଜ୍ରିୱାଲ ଆହୁରି ଲେଖିଛନ୍ତି – ‘ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଆପଣ ଦିଲ୍ଲୀ ମଡେଲ ଅଧ୍ୟୟନ କରନ୍ତୁ ଏବଂ ଆୟୁଷ୍ମାନ ଭାରତ ଯୋଜନା ବଦଳରେ ସମଗ୍ର ଦେଶରେ ଦିଲ୍ଲୀ ମଡେଲକୁ କାର୍ଯ୍ୟକାରୀ କରନ୍ତୁ। ଯାହାଦ୍ୱାରା ଲୋକମାନେ ତୃଣମୂଳ ସ୍ତରରୁ ଉପକୃତ ହୋଇପାରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking