29.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଦୀପାବଳିରେ ଅଯୋଧ୍ୟାରେ ଜଳିବ ୨୮ଲକ୍ଷ ଦୀପ

ଦୀପାବଳିରେ ଅଯୋଧ୍ୟାରେ ଜଳିବ ୨୮ଲକ୍ଷ ଦୀପ

ଅଯୋଧ୍ୟା: ଦୀପାବଳି ଅବସରରେ ଅଯୋଧ୍ୟାରେ ପ୍ରାୟ ୨୮ ଲକ୍ଷ ଦୀପ ଜଳିବ। ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇଛି। ବାସ୍ତବରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ଦୀପାବଳି ଉତ୍ସବ ପାଳନ କରାଯିବ। ଏଥିପାଇଁ ଉତ୍ତରପ୍ରଦେଶ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଦୀପାବଳି ପାଇଁ ସରଜୁ ନଦୀ କୂଳରେ ୨୮ଲକ୍ଷ ଦୀପ ଜଳାଇବାକୁ ଲକ୍ଷ୍ୟ ରଖାଯାଇଛି। ପୂର୍ବରୁ ଅଯୋଧ୍ୟା ନଗରୀରେ ଦୀପୋତ୍ସବ ପାଳନ କରାଯାଇଆସୁଥିଲା। ମାତ୍ର ରାମ ମନ୍ଦିର ପ୍ରତିଷ୍ଠା ପରେ ପ୍ରଥମ କରି ଦୀପୋତ୍ସବ ପାଳନ କରାଯାଉଥିବାରୁ ଏଥର ବିଶ୍ୱ ରେକର୍ଡ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଏଥର ଦୀପଗୁଡିକୁ ବିଭିନ୍ନ ଆକାରରେ ସଜାଯାଇ ଜଳାଯିବ। ଯାହା ଭଗବାନ ଶ୍ରୀରାମଙ୍କ ବିଭିନ୍ନ ଜୀବନୀକୁ ପ୍ରଦର୍ଶିତ କରିବ। ୮୦ହଜାର ଦୀପରେ ସ୍ୱସ୍ତିକ ଆକାରର ଦୀପ ଜଳାଯିବ। ସରଜୁ ନଦୀର ୫୫ଟି ଘାଟରେ ୨୦ଲକ୍ଷ ଦୀପ ଜଳାଯିବ। ମନ୍ଦିର ପରିସର ଓ ଅନ୍ୟାନ୍ୟ ସ୍ଥାନରେ ଅବଶିଷ୍ଟ ୮ଲକ୍ଷ ଦୀପ ଜଳାଯିବ। ଏଥିପାଇଁ ୩୦ହଜାର ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି। ଏହି କାର୍ଯ୍ୟ ତଦାରଖ ଲାଗି ୨୦୦୦ ସୁପରଭାଇଜର ଓ କୋଅର୍ଡିନେଟର ନିଯୁକ୍ତ ହୋଇଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଦୀପ ଜଳାଇବାରେ ମହମ ବ୍ୟବହାର କରାଯିବ। ଅକ୍ଟୋବର ୩୦ ସନ୍ଧ୍ୟାରେ ଏହି ଦୀପୋତ୍ସବ ପାଳନ କରାଯିବ ବୋଲି ଉତ୍ସବର ନୋଡାଲ ଅଧିକାରୀ ସନ୍ଥ ସରନ ମିଶ୍ର କହିଛନ୍ତି। ଅଯୋଧ୍ୟାରେ ପାଳନ ହେବାକୁ ଥିବା ଏହି ମହାନ୍ ଦୀପୋତ୍ସବ ପାଇଁ ସମଗ୍ର ଅଯୋଧ୍ୟାବାସୀ ବେଶ୍ ଉତ୍ସାହିତ ହୋଇପଡିଛନ୍ତି। ଅଯୋଧ୍ୟାକୁ ଏବେ ସଜାଇ ଦିଆଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking