21.1 C
Bhubaneswar
Wednesday, February 11, 2026
Homeଓଡିଶା୨୨ ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି

୨୨ ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ବଡ଼ଧରଣର ବଦଳି କରିଛନ୍ତି । ୨୨ଜଣ ଓଏଏସ୍ ଅଫିସରଙ୍କ ବଦଳି କରିଥିବାବେଳେ ଜଣେ ବରିଷ୍ଠ ଓଏଏସ୍ ମନୋଜ କୁମାର ପାଢ଼ୀଙ୍କୁ ଦିଆଯାଇଥିବା ଅତିରିକ୍ତ ଦାୟିତ୍ୱ(ଟିଚର୍ସ ଟ୍ରେନିଂ ଆଣ୍ଡ ଏସଏସିଇଆରଟି ନିର୍ଦ୍ଦେଶକ) କାଢ଼ି ନେଇଛନ୍ତି । ଶ୍ରୀ ପାଢ଼ୀ କେବଳ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ତୁଲାଇବେ । ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାରି ବିଜ୍ଞପ୍ତି ଅନୁସାରେ..

ବରିଷ୍ଠ ଓଏଏସ୍ ସୁଧାକର ଶବରଙ୍କୁ ବିଜ୍ଞାନ ଓ ବୈଷୟିକ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ଶ୍ରୀ ଶବର ଏବେ ରାଜ୍ୟ ଯୋଗାଣ ନିଗମର ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ କରୁôଥିଲେ । ରାଜ୍ୟରେ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହେବାର ଠିକ୍ ପୂର୍ବରୁ ଯୋଗାଣ ନିଗମର ଜେନେରାଲ ମ୍ୟାନେଜରଙ୍କୁ ବଦଳି କରାଯିବାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଛି । ସେହିପରି ବରିଷ୍ଠ ଓଏଏସ୍ ମିହିର ପ୍ରସାଦ ମହାନ୍ତିଙ୍କୁ ରାଜ୍ୟ ପଣ୍ୟାଗର ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି ହୋଇଛି । ଭବେଶ କୁମାର ନାୟକଙ୍କୁ ରାଜ୍ୟ ବିହନ ନିଗମରର ପରିଚାଳନା ନିର୍ଦ୍ଦେଶକ ପଦବୀରୁ ହଟାଇ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଧର୍ମେନ୍ଦ୍ର ମଲ୍ଲିକଙ୍କୁ ଅତିରିକ୍ତ ଅବକାରୀ କମିଶନର, ରଜନୀକାନ୍ତ ସ୍ୱାଇଁଙ୍କୁ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନର ଅତିରିକ୍ତ ସଚିବ, ଧର୍ମାନନ୍ଦ ବେହେରାଙ୍କୁ ମୟୂରଭଞ୍ଜ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସିଡିଓ, ତରଣୀସେନ ନାଏକଙ୍କୁ ସମ୍ବଲପୁର ଆରଡିସିଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ବନ୍ଦୋବସ୍ତ ଓ ଚକବନ୍ଦୀ କମିଶନର ଭାବେ ବଦଳି କରାଯାଇଛି ।

ସେହିପରି କେରାପୁଟ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବାଶୀଷ ପଟ୍ଟନାୟକଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ, ବୋର୍ଡ ଅଫ ରେଭେନ୍ୟୁର ଯୁଗ୍ମ ସଚିବ ଦେବାଶୀଷ ପଟ୍ଟନାୟକ(ବି)ଙ୍କୁ ଜଗତସିଂହପୁର ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସିଡିଓ ଭାବେ ବଦଳି ହୋଇଛି। ବରିଷ୍ଠ ଓଏଏସ୍ ସ୍ନିଗ୍ଧା ଚମ୍ପତି ରାୟଙ୍କୁ ଯୁଗ୍ମ ଏସଆରସି, ଏଲୋରା ସାମଲଙ୍କୁ ରାଜ୍ୟ ବିହନ ନିଗମର ଜେନେରାଲ ମ୍ୟାନେଜର ଭାବେ ବଦଳି କରାଯାଇଛି । ରାଜ୍ୟ କାଜୁ ନିଗମର ଜେନେରାଲ ମ୍ୟାନେଜର ସଂଘମିତ୍ରା ବେହେରାଙ୍କୁ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଉପସଚିବ ଭାବେ ବଦଳି କରାଯାଇଥିବା ବିଜ୍ଞପ୍ତିରୁ ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking