25.1 C
Bhubaneswar
Wednesday, October 30, 2024
Homeଓଡିଶାବିଜେଡି ଛାଡ଼ିଲେ ସୁନନ୍ଦା ଦାସ

ବିଜେଡି ଛାଡ଼ିଲେ ସୁନନ୍ଦା ଦାସ

ଭୁବନେଶ୍ୱର: ପୁଣି ଜଣେ ବିଜେଡି ନେତ୍ରୀ ଦଳ ଛାଡ଼ିଛନ୍ତି। ସେ ନିଜର ଇସ୍ତଫାପତ୍ରକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଯାଜପୁର ଜିଲ୍ଲା ବରୀ ବିଧାନସଭା ଆସନର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବିଜେଡିରୁ ଇସ୍ତାଫା ଦେଇଛନ୍ତି। ସେ ନିଜର ପ୍ରାଥମିକ ସଦସ୍ୟ ପଦବିରୁ ଇସ୍ତଫା ଦେଇଛନ୍ତି। ୨୦୧୯ରେ ବରୀ ଆସନରେ ବିଜେଡିର ପ୍ରାର୍ଥୀ ହୋଇ ବିଜୟୀ ହୋଇଥିବାରୁ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ, ୨୦୨୪ ବିଧାନସଭା ନିର୍ବାଚନରେ ବିଜେଡିର ସପ୍ତମ ପ୍ରାର୍ଥୀ ତାଲିକାରେ ମଧ୍ୟ ସୁନନ୍ଦାଙ୍କୁ ଯୋଡ଼ା ଯାଇନଥିଲା। ଏହି ତାଲିକାରେ ୬ ଜଣଙ୍କର ନାଁ ଥିଲା। ଏଥିରେ ୫ଟି ଆସନରେ ପ୍ରାର୍ଥୀଙ୍କ ନାମ ବଦଳିଥିଲା। ଏହି କ୍ରମରେ ବରୀ ଆସନରେ ମଧ୍ୟ ବଦଳିଥିଲା ପ୍ରାର୍ଥୀତ୍ୱ । ୨୦୧୯ରେ ବରୀରୁ ବିଜେଡି ଟିକେଟ୍ ପାଇ ବିଧାୟିକା ହୋଇଥିବା ସୁନନ୍ଦା ଦାସଙ୍କ ଟିକେଟ୍ କଟି ଏଥର ଏଠାରୁ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି।

୨୦୧୯ରେ ସୁନନ୍ଦା ଏଠାରୁ ବିଜେପିରେ ଥିବା ବିଶ୍ୱରଞ୍ଜନଙ୍କୁ ପାଖାପାଖି ସାଢେ ୪ହଜାର ଭୋଟରେ ହରାଇ ବିଜୟୀ ହୋଇଥିଲେ । ଏଠାରେ ଅନେକ ବିକାଶମୂଳକ କାର୍ଯ୍ୟ ମଧ୍ୟ କରିଥିଲେ। ତଥାପି ତାଙ୍କୁ ଏଥର ଦଳ ଭରସା କରି ନଥିଲା। ବିଶ୍ୱରଞ୍ଜନ ବିଜେପି ଛାଡି ବିଜେଡିରେ ଯୋଗ ଦେବା ପରେ ଦଳର ନିଷ୍ପତ୍ତି ବଦଳିଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking