27.1 C
Bhubaneswar
Monday, October 28, 2024
Homeଅପରାଧନାବାଳିକାକୁ ଦୁଷ୍କର୍ମ ମାମଲାରେ ଶିକ୍ଷକକୁ ୨୦ ବର୍ଷ କାରାଦଣ୍ଡାଦେଶ

ନାବାଳିକାକୁ ଦୁଷ୍କର୍ମ ମାମଲାରେ ଶିକ୍ଷକକୁ ୨୦ ବର୍ଷ କାରାଦଣ୍ଡାଦେଶ

ଯାଜପୁର : ୧୧ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ବର୍ଷର କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁରର ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ୨୦୨୦ ମସିହା ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଞ୍ଚଳର ମୋହନ ଭୂୟାଁ ଏକ ବିଦ୍ୟାଳୟ ପରିସରରେ ଘରୋଇ ଟିଉସନ କରୁଥିଲେ । ଟିଉସନ ସାରିବା ପରେ ଦୁଇ ଜଣ ଛାତ୍ରୀଙ୍କୁ ଭିନ୍ନ ଭିନ୍ନ ଦିନରେ ଅଟକାଇ ଦୁଷ୍କର୍ମ କରିଥିଲେ ।

ଏ ନେଇ ପାଣିକୋଇଲି ଥାନାରେ ଉଭୟ ପୀଡ଼ିତାଙ୍କ ପରିବାରବର୍ଗ ପୃଥକ୍ ପୃଥକ୍ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଦଫା ୩୭୬(କ ଖ) ଏବଂ ପୋକ୍ସୋ ଧାରା ୬ ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଗତ ଡିସେମ୍ବର ମାସ ୨୬ ତାରିଖରେ ଗୋଟିଏ ମାମଲାର ଶୁଣାଣି କରି ଅଭିଯୁକ୍ତ ୨୦ବର୍ଷ ଦଣ୍ଡ ଭୋଗୁଥିବା ବେଳେ ଆଜି ଅନ୍ୟ ମାମଲାର ଶୁଣାଣି କରିଛନ୍ତି ସ୍ବତନ୍ତ୍ର ପୋକ୍ସୋ ଅଦାଲତ ।

୧୬ଜଣଙ୍କ ସାକ୍ଷକୁ ଗ୍ରହଣ କରି ଅଭିଯୁକ୍ତଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ଏକ ଲକ୍ଷ ୫୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ଏଥି ସହିତ ଅନାଦୟ ୧୮ ମାସ ଅଧିକ କାରାଦଣ୍ଡାଦେଶ ସହ ପିଡିତାଙ୍କୁ ୭ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ପୋକ୍ସୋ ବିଚାରପତି ଅଭିଜିତ ପଲାଇ । ଏହି ମାମଲାକୁ ସରକାରୀ ଓକିଲ ରାଜୀବ ମହାନ୍ତି ପରିଚାଳନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking