ବ୍ୟୁରୋ : ବାତ୍ୟା ଦାନା ପ୍ରଭାବରେ ଲୋକଙ୍କ ଚିନ୍ତା ବଢୁଛି । ଗାଁ ଭିତରେ ୪ ଫୁଟ ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ହେଉଛି । ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି । ଘରୁ ଭିତରକୁ ଆସୁଥିବା ପାଣିକୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି ଲୋକେ । ନଳକୂପ ଗୁଡିକ ବନ୍ୟା ପାଣି ଘେରରେ ରହିଛି । ବାତ୍ୟା ପରେ ବନ୍ୟାର ଆଶଙ୍କା ଦେଖା ଦେଇଛି । ଭଦ୍ରକ ଜିଲ୍ଲାର ଧାମନଗର ଓ ତିହିଡ ବ୍ଲକର ତଳିଆ ଅଞ୍ଚଳରେ ସାଳନ୍ଦୀ ନଦୀର ବନ୍ୟା ପାଣି ପଶି ଯାଇଛି । ଫଳରେ ଜଳବନ୍ଦୀରେ ଜୀବନ ବିତାଉଛନ୍ତି ଲୋକେ । ଧାନ ଚାଷ ମଧ୍ୟ ବେଶ ପ୍ରଭାବିତ ହୋଇଛି । ଶହ ଶହ ହେକ୍ଟର ଜମିରେ ପନିପରିବା ଚାଷ କରିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ।
https://www.youtube.com/watch?v=0jhxKqz6y-Y