29.1 C
Bhubaneswar
Tuesday, February 10, 2026
Homeଓଡିଶାବଳଦକୁ ଝାମ୍ପିଲା ବାଘ: ଗାଁରେ ଭୟର ବାତାବରଣ

ବଳଦକୁ ଝାମ୍ପିଲା ବାଘ: ଗାଁରେ ଭୟର ବାତାବରଣ

ଗଜପତି: ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ରାତିରେ ଖୁଣ୍ଟରେ ବନ୍ଧା ହୋଇଥିବା ବଳଦକୁ ଝାମ୍ପି ନେଲା ବାଘ। ଏହି ଖବର ପ୍ରଚାରିତ ହେବା ପରେ ସାରା ଗାଁରେ ଭୟର ବାତା ବରଣ ଖେଳି ଯାଇଛି। ବନ ବିଭାଗ ଗାଁରେ ପହଞ୍ଚି ବାଘର ପଦ ଚିହ୍ନକୁ ସଂଗ୍ରହ କରିଛି। ଏଥିସହ ବାଘର ଗତିବିଧି ଉପରେ ନଜର ରଖିଛି। ଢେପାଗୁଡ଼ା ପଞ୍ଚାୟତ କୃଷ୍ଣପୁର ଗାଁର ଆଦିକନ୍ଦ ଶବର ନିଜର ବଳଦକୁ ମକା ବାଡ଼ରେ ବାନ୍ଧି ଥିଲେ। ରବିବାର ରାତି ପ୍ରାୟ ୯ଟା ବେଳେ ବାଘ ଆସି ବଦଳକୁ ଟାଣି ନେଇଥିବା ସୂଚନା ରହିଛି । ମକା ବାଡି ଭିତରେ ବଳଦକୁ ଝୁଣି ପକାଇଥିଲା। ବଳଦର ଚିତ୍କାର ଶୁଣି ଆଦିକନ୍ଦ ଓ ଗାଁ ମକା କିଆରି ପାଖକୁ ଧାଇଁ ଆସିଥିଲେ। ସେତେବେଳେ ବାଘଟି ପଳାଇ ଯାଇଥିଲା। ଏହି ଖବର ପ୍ରଚାରିତ ହେବାପରେ ଗାଁରେ ଭୟର ବାତା ବରଣ ସୃଷ୍ଟି ହୋଇଥିବା ସୂଚନା ମିଳିଥିବା ବେଳେ ଗାଁରେ କେହି କବାଟ ଖୋଲୁନଥିବାର ସୂଚନା ମଧ୍ୟ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking