25.1 C
Bhubaneswar
Saturday, October 26, 2024
Homeଓଡିଶାବୈଜୟନ୍ତ ପଣ୍ଡା ରାଜନଗର ଅଞ୍ଚଳ ଗସ୍ତ କରି କ୍ଷତିଗ୍ରସ୍ତଙ୍କ ଅସୁବିଧା ପଚାରି ବୁଝିଲେ

ବୈଜୟନ୍ତ ପଣ୍ଡା ରାଜନଗର ଅଞ୍ଚଳ ଗସ୍ତ କରି କ୍ଷତିଗ୍ରସ୍ତଙ୍କ ଅସୁବିଧା ପଚାରି ବୁଝିଲେ

ବ୍ୟୁରୋ : ବାତ୍ୟା ଦାନା କେନ୍ଦ୍ରାପଡା ଜିଲ୍ଲାର ଭିତରକନିକାରେ ଲ୍ୟାଣ୍ଡଫଲ କରିଥିବାରୁ  ଏହି ଜିଲ୍ଲା ବିଶେଷ କ୍ଷତିଗ୍ରସ୍ଥ ହୋଇଛି। ବହୁ ଘର ଦ୍ୱାର ଭାଙ୍ଗି ଯାଇଥିବାବେଳେ ଲୋକେ ବିପନ୍ନ ହୋଇ ଜୀବନ କାଟୁଛନ୍ତି । ଏପରି ସ୍ଥିତିରେ ଲୋକଙ୍କ ସମସ୍ୟା ବୁଝିବାକୁ ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ବିଜେପି ରାଷ୍ଟ୍ର ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ରାଜନଗର ଅଞ୍ଚଳ ଗସ୍ତ କରି ଲୋକଙ୍କ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି । ବାତ୍ୟା ଦାନା ପ୍ରଭାବରେ ରାଜନଗର ଅଂଚଳରେ  ଅନେକ କ୍ଷୟକ୍ଷତି ହୋଇଥିବା ବେଳେ କ୍ଷତିଗ୍ରସ୍ତଙ୍କୁ ଭେଟିଛନ୍ତି ବୈଜୟନ୍ତ ପଣ୍ଡା । ଆଜି ସେ ରାଜନଗରରେ ଅନେକ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking