ବ୍ୟୁରୋ : ବାଲେଶ୍ୱର ନୀଳଗିରି ଉପଖଣ୍ଡ ବେଗୁନିଆରେ ବନ୍ୟା ପାଣିରେ ବୁଡିଯାଇଛି ନିର୍ମାଣଧୀନ ପୋଲ । ଫଳରେ ୧୦ରୁ ଅଧିକ ଗାଁକୁ ଯୋଗାଯୋଗ ଠପ ହୋଇଯାଇଛି । ନୀଳଗିରି ବ୍ଳକ ବେଗୁନିଆ ପଂଚାୟତ ଦେଇ ବହି ଯାଇଥିବା ସୋର ନଦୀର ଶାଖା ନଇ ଉପରେ ଏକ ପୁରୁଣା ପୋଲ ରହିଥିଲା । ତେବେ ତାହା ନଷ୍ଟ ହେବା ପରେ ସେଠାରେ ପୋଲ ନିର୍ମାଣ କାମ ଚାଲିଥିବା ବେଳେ ସେହି ରାସ୍ତା ଦେଇ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଲୋକେ ଯାଉଥିଲେ । ବାତ୍ୟା ଦାନା ଯିବା ପରେ ସୋନ ନଈରେ ଜଳସ୍ତର ବଢିଛି ଯାହାକି ନିର୍ମାଣଧୀନ ପୋଲଟି ବୁଡିଯାଇଛି । ଫଳରେ ବେଗୁନିଆ , ମିତ୍ରପୁର , କଲ୍ୟାଣୀ ଓ ସିଙ୍ଗୀରୀ ସମେତ ୧୦ରୁ ଅଧିକ ଗାଁକୁ ଯୋଗାଯୋଗ ସମ୍ପୁର୍ଣ୍ ଠପ ହୋଇଯାଇଛି । ଲୋକମାନେ ଯାତାୟତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
https://www.youtube.com/watch?v=iPLpNk4AzCY