15.1 C
Bhubaneswar
Thursday, December 18, 2025
Homeଓଡିଶାସବୁ ରାଜ୍ୟ କୋର୍ଟଙ୍କ ଆଦେଶକୁ ଅନୁପାଳନ କରିବା ବାଧ୍ୟତାମୂକ

ସବୁ ରାଜ୍ୟ କୋର୍ଟଙ୍କ ଆଦେଶକୁ ଅନୁପାଳନ କରିବା ବାଧ୍ୟତାମୂକ

ଭୁବନେଶ୍ୱର: ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଏକ ଜନ ଶୁଣାଣୀ ବେଳେ ସୁପ୍ରିମକୋର୍ଟ ଭାରି ଅସନ୍ତୋଷ ବ୍ୟକ୍ତ ପ୍ରକାଶ କରିଛନ୍ତି, କହିଛନ୍ତି ଯେ ୨୮/୧୦/୨୦୨୧ ମସିହାରେ ହେଇଥିବା ଆଦେଶ ଓ କୋର୍ଟ ଅବମାନନା ଦାୟର ହେବା ସ୍ୱତେ କୌଣସି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏପର୍ଯ୍ୟନ୍ତ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତିର ଆଦେଶକୁ ଅନୁପାଳନ କରିନାହାଁନ୍ତି। ବିଚାରରେ ନିୟୋଜିତ ବିଭିନ୍ନ ନିୟମାବଳୀ ଏବଂ ଏହିପରି ପ୍ରଣୟନ ଦ୍ୱାରା ହାସଲ ହେବାକୁ ଥିବା ବସ୍ତୁ ଏବଂ ଉଦ୍ଦେଶ୍ୟ ଓ ଏହିପରି ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଦିଆଯାଇଥିବା ନିର୍ଦ୍ଦେଶଗୁଡିକ ଅନୁପାଳନ କରିବାର କୌଣସି ସନ୍ଦେହ ନାହିଁ। ୨୮ ଅକ୍ଟୋବର ୨୦୨୧ ର ଆଦେଶ ଏବଂ ନ୍ୟାୟାଳୟ ଆଉ କଣ ନିର୍ଦ୍ଦେଶ ଦେବ ତାହାର ଏକ ଚାର୍ଟ ତିଆରି କରିବା ପାଇଁ ଆମିକସ୍ କ୍ୟୁରୀଙ୍କୁ ୨ ସପ୍ତାହ ଭିତରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓ ସମସ୍ତ ଉଭୟ ପକ୍ଷାକାରଙ୍କ ଆଡଭୋକେଟଙ୍କୁ ୧୩ ନଭେମ୍ବରରେ ନ୍ୟାୟାଳୟରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ କୋର୍ଟ ୨୮/୧୦/୨୦୨୧ ରେ ଏକ ଜନ ସ୍ୱାର୍ଥ ମାମଲାର ଶୁଣାଣି କରି ରାୟ ଦେଇଥିଲେ ଯେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟରେ ପଢୁଥିବା ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଜଣେ ଜଣେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବା ବାଧ୍ୟତାମୂଳକ। ୨୧.୦୭.୨୦୨୨ ତାରିଖ ଦିନ ପୁନଶ୍ଚ ରାୟର ଶୁଣାଣି କରି ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଓ ସ୍ୱତନ୍ତ୍ର ଶିକ୍ଷକ ଅନୁପାତ ସ୍ଥିର କରି କହିଥିଲେ ଯେ,ପ୍ରାଥମିକ ବିଦ୍ୟାଳୟରେ ୧୦ ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ପାଇଁ ୧ ଜଣ ସ୍ୱତନ୍ତ୍ର ଶିକ୍ଷକ ଓ ଉଚ୍ଚ ପ୍ରାଥମିକ,ମାଧ୍ୟମିକ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୧୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୧ ଜଣ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ସ୍ଥିର ଏବଂ ଯଦି ଗୋଟେ ବିଦ୍ୟାଳୟରେ ଗୋଟିଏ ବି ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଥିବେ ସେଠି ଜଣେ ସ୍ୱତନ୍ତ୍ର ଶିକ୍ଷକ ରହିବା ବାଧ୍ୟତାମୂଳକ ଅଟେ। ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ସର୍ବଦା ଚେଷ୍ଟିତ ସଂଘ ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର ଦିବ୍ୟାଙ୍ଗ ସଂଘ (ଓଏସଇଏଫଡ଼ି) ପକ୍ଷରୁ କୁହାଯାଇଛି ଯେ, ପ୍ରାୟ ୭୦୦୦ ହଜାରରୁ ଉର୍ଦ୍ଦ୍ୱ ଆଶାୟୀ ସ୍ୱତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ନିଯୁକ୍ତି ନ ପାଇ ବେକାର ହୋଇ ଘରେ ବସିଛନ୍ତି। ଯଦି ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦିଆଗଲେ ୭୦୦୦ ହଜାରରୁ ଉର୍ଦ୍ଦ୍ୱ ଆଶାୟୀ ସ୍ୱତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ଉପକୃତ ହେବେ ବୋଲି ସଂଘର ସଭାପତି ସୂର୍ଯ୍ୟକାନ୍ତ ବେହେରା ମତ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking