25.1 C
Bhubaneswar
Friday, October 25, 2024
Homeଓଡିଶାଝାଡ଼ଖଣ୍ଡ ନିର୍ବାଚନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଷ୍ଟାର ପ୍ରଚାରକ

ଝାଡ଼ଖଣ୍ଡ ନିର୍ବାଚନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଷ୍ଟାର ପ୍ରଚାରକ

ଭୁବନେଶ୍ବର: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଏହି ତାଲିକାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ସାମିଲ ରହିଛି । ଝାଡ଼ଖଣ୍ଡରେ ଶାସକ ଜେଏମଏମକୁ ମାତ ଦେଇ ସରକାର ଗଢ଼ିବାକୁ ବିଜେପି ସବୁ ବଳ ଖଟାଇ ଦେଇଛି । ଦୀର୍ଘ ବର୍ଷ ପରେ ଓଡ଼ିଶାରେ ବିଜେପି ସରକାର ଗଢ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମୋହନ ଚରଣ ମାଝୀ ।

ଓଡ଼ିଶାରେ ସଫଳତା ପରେ ଝାଡ଼ଖଣ୍ଡ ନିର୍ବାଚନରେ ମୋହନ ମାଝୀଙ୍କୁ ପ୍ରଚାର ଦାୟିତ୍ବ ଦିଆଯାଇଛି । ସେହିଭଳି ୨୦୨୪ ନିର୍ବାଚନରେ ବଡ଼ ବିଜୟ ହାସଲ କରିଥିବା ସମ୍ବଲପୁରର ସାଂସଦ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଗୁରୁଦାୟିତ୍ବ ମିଳିଛି । ଏହି ଷ୍ଟାର ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଅମିତ ଶାହ, ରାଜନାଥ ସିଂହ, ନୀତିନ ଗଡକରୀ, ଏବଂ ଶିବାରାଜ ସିଂ ଚୌହାନ ପ୍ରମୁଖଙ୍କ ନାଁ ସାମିଲ ରହିଛି ।

ଝାଡ଼ଖଣ୍ଡ ନିର୍ବାଚନ ଲାଗି ବିଜେପି ନେତୃତ୍ବାଧୀନ ଏନଡିଏରେ ଆସନ ବୁଝାମଣା ସରିବା ପରେ ପ୍ରଥମ ପର୍ଯ୍ୟାୟରେ ୬୬ ଆସନରେ ପ୍ରାର୍ଥୀ ଦେଇଛି ବିଜେପି । ଅକ୍ଟୋବର ୧୯ରେ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଥିଲା । ରାଜ୍ୟ ବିଜେପି ସଭାପତି ବାବୁଲାଲ ମାରାଣ୍ଡି ଧନଓ୍ବାରରୁ ନିର୍ବାଚନ ଲଢ଼ିବାକୁ ଥିବା ବେଳେ ହେମନ୍ତ ସୋରେନଙ୍କ ଶାଳୀ ସୀତା ସୋରେନଙ୍କୁ ଜମତାରା ଆସନରୁ ପ୍ରାର୍ଥୀ କରିଛି ଦଳ । ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ସରାଇକେଳାରୁ ପ୍ରାର୍ଥୀ ହୋଇଛନ୍ତି ।

ଝାଡ଼ଖଣ୍ଡର ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟ ନଭେମ୍ବର ୧୩ ଓ ୨୦ରେ ଅନୁଷ୍ଠିତ ହେବ । ନଭେମ୍ବର ୨୩ରେ ଭୋଟ ଗଣତି ହେବା ସହ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବ । ୮୧ ବିଧାନସଭା ଆସନ ଥିବା ଝାଡ଼ଖଣ୍ଡରେ ବିଜେପି ୬୮ଟି ଆସନରେ ନିର୍ବାଚନ ଲଢ଼ିବାକୁ ଥିବା ବେଳେ ବାକି ଆସନରେ ଏନଡିଏର ସହଯୋଗୀ ଦଳ ନିର୍ବାଚନ ଲଢ଼ିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking