20.1 C
Bhubaneswar
Tuesday, February 10, 2026
Homeଓଡିଶାପାଣିରେ ବୁଡି ମା’ଓ ପୁଅ, ଝିଅ ମୃତ

ପାଣିରେ ବୁଡି ମା’ଓ ପୁଅ, ଝିଅ ମୃତ

ଢେଙ୍କିକୋଟ: ଗାଧୋଇବା ବେଳେ ପୋଖରୀର ଗଭୀର ପାଣିରେ ବୁଡି ପୁଅ, ଝିଅ ସହ ମାଙ୍କ ମୃତ୍ୟୁ । ମୃତକ ପବନା ମହାକୁଡ଼ଙ୍କ ପତ୍ନୀ କାମିନୀ ମହାକୁଡ଼, ୭ ବର୍ଷର ପୁଅ ମିଥୁନ ଓ ୫ ବର୍ଷର ଝିଅ ସୁନୁକା ମହାକୁଡ଼ ବୋଲି ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପାଣୁପଶି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ ବୁଧବାର ପୂର୍ବାହ୍ନରେ ଘର ନିକଟରେ ଥିବା ପୋଖରୀକୁ ଦୁଇ ପୁଅ ଝିଅକୁ ନେଇ ମା କାମିନୀ ଗାଧୋଇବା ପାଇଁ ଯାଇଥିଲେ। ମା ଲୁଗା ସଫା କରିବା ସମୟରେ ପୁଅ ଝିଅ ପୋଖରୀର ଗଭୀର ପାଣିରେ ବୁଡ଼ି ଯାଇଥିଲେ। ଏହା ଦେଖି ମା’ ଦୁଇ ଛୁଆଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ।

କିନ୍ତୁ ସେଥିରେ ବିଫଳ ହୋଇ ମା, ପୁଅ ଏବଂ ଝିଅ ପୋଖରୀର ଗଭୀର ପାଣିରେ ବୁଡ଼ି ଯାଇଥିଲେ। ପୋଖରୀ ପାଖରେ ଏକ ଛୋଟ ଛୁଆ ଏହି ଘଟଣା ଦେଖିଥିଲା। ସେ ଘରକୁ ଫେରି ଆସି ଜେଜେମାକୁ ଏହି ଘଟଣା ସମ୍ୱନ୍ଧରେ ଜଣାଇଥିଲା। ଏହା ଜାଣି ଜେଜେମା ଗ୍ରାମବାସୀଙ୍କୁ ଏହି ଘଟଣା ବିଷୟରେ କହିଥିଲେ। ଏହା ଜାଣି ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ପ୍ରାୟ ଅଧ ଘଣ୍ଟାଏରୁ ଅଧିକ ସମୟ ପରେ ପୋଖରୀର ଗଭୀର ପାଣି ଭିତରୁ କାମିନୀ, ଦୁଇ ପିଲା ମିଥୁନ୍ ଓ ସୁନୁକାଙ୍କୁ ଉଦ୍ଧାର କରି ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking