29.1 C
Bhubaneswar
Tuesday, February 10, 2026
Homeଓଡିଶାସମ୍ଭାବ୍ୟ ବାତ୍ୟା "ଦାନା" ର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକ

ସମ୍ଭାବ୍ୟ ବାତ୍ୟା “ଦାନା” ର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକ

ଯାଜପୁର: ପୂର୍ବ-ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ୨୩ ତାରିଖ ସୁଦ୍ଧା ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଅପରାହ୍ନରେ ଓସ୍ୱାନ ଭିସି କକ୍ଷରେ ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲାରେ ୨୪ ଓ ୨୫ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୧୦ ରୁ ୧୨୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ପରିସ୍ଥିତି କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ ବିଭିନ୍ନ ବ୍ଲକରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସ୍ଥାନାନ୍ତରିତ ହେବାକୁ ଥିବା ଲୋକଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ଯଥା ପାନୀୟ ଜଳ, ଶୌଚାଳୟ, କଟର, ଆସ୍କା ଲାଇଟ, ଜେନେରେଟର ସେଟ୍, ଶୁଖିଲା ଖାଦ୍ୟ, ଚୁଡ଼ା, ଗୁଡ଼, ବିସ୍କୁଟ, ଶିଶୁ ଖାଦ୍ୟ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ବିଂଝାରପୁର, ଦଶରଥପୁର, ବରୀ, ବଡ଼ଚଣା(ପୂର୍ବ ପଟ) ର ଲୋକ ମାନଙ୍କୁ ସ୍ଥାନାନ୍ତରିତ କରି ଆଶ୍ରୟସ୍ଥଳୀ କୁ ଆଣିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବାକି ବ୍ଲକରେ ଆସନ୍ତା କାଲି ସକାଳ ସୁଦ୍ଧା ସ୍ଥାନାନ୍ତରଣ କରାଯିବ। କଚା ଘର, ଟିଣ ଘର, ଆଜବେଷ୍ଟସଘର ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳୀ କୁ ସିଫ୍ଟ କରାଯିବ। ସେହିପରି ନିରାଶ୍ରୟ, ବାସଶୂନ୍ୟ,ରୋଗିଣା,ବୃଦ୍ଧ ବୃଦ୍ଧା ମାନଙ୍କୁ ଅଣାଯିବା ସହ ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଚୁଡ଼ା,ଗୁଡ଼,ବିସ୍କୁଟ, ଶିଶୁ ଖାଦ୍ୟ ଯୋଗାଇଦେବା ସହ ରନ୍ଧା ଖାଦ୍ୟ ଯୋଗାଇଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ୬୦ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ। ପ୍ରତ୍ୟେକ ଆଶ୍ରୟସ୍ଥଳରେ ୱାଟର ଟ୍ୟାଙ୍କ ମାଧ୍ୟମରେ ଜଳ ଯୋଗାଇ ଦିଆଯିବ। ପାଇପ ଓ ୱାଟର ସପ୍ଲାଏ ଓଭର୍ ହେଡ ଟାଙ୍କି ଜଳ ଭର୍ତ୍ତି ହେବା ସହିତ ଆଶ୍ରୟ ସ୍ଥଳୀରେ ପୁରୁଷ ଓ ମହିଳା ମାନଙ୍କ ପାଇଁ ପୃଥକ ପୃଥକ୍ ରୁମ୍ ବ୍ୟବସ୍ଥା , ଆଲୋକ ବ୍ୟବସ୍ଥା, ରନ୍ଧା ଖାଦ୍ୟ ନିମନ୍ତେ ରାସନ୍ ସାମଗ୍ରୀ, ଗୋରୁ ଗାଈଙ୍କ ପାଇଁ ପଶୁ ଖାଦ୍ୟ, ଜରୁରୀ ମେଡିକାଲ କିଟ, ଓ.ଆର.ଏସ, ବ୍ଲିଚିଂ ପାଉଡର, ଫିନାଇଲ, ମହମବତୀ ଓ ଦିଆସିଲ ମହଜୁଦ ରଖିବା ସହିତ ହାଜିରା ଖାତାରେ ଉପସ୍ଥାନ ରଖା ଯିବ । ବାତ୍ୟା ପରେ ରାସ୍ତା ସଫା କରିବା ପାଇଁ ଟ୍ରାକ୍ଟର, ଜେ.ସି.ବି ବ୍ୟବସ୍ଥା କରାଯିବ। ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ରେ ପୋଲିସ ପାଟ୍ରୋଲିଂ ଜାରି ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ଅଧିକାରୀ ମାନଙ୍କୁ ବାତ୍ୟା ପୂର୍ବ ପ୍ରସ୍ତୁତି, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ କରିବା ପାଇଁ ବିଭିନ୍ନ ବ୍ଲକ ପାଇଁ ନିୟୋଜିତ କରାଯାଇଛି । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆଙ୍କୁ ଧର୍ମଶାଳା, ରସୁଲପୁର ଏବଂ ବରୀ ବ୍ଲକ୍, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା, ବିଂଝାରପୁର ଓ ବଡ଼ଚଣା ବ୍ଲକ୍, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସପନ କୁମାର ନନ୍ଦ ଙ୍କୁ ସୁକିନ୍ଦା, ଦାନଗଦି ଓ କୋରେଇ ବ୍ଲକ୍ ଏବଂ ଉପ ଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥୀ ଙ୍କୁ ଯାଜପୁର ଓ ଦଶରଥପୁର ବ୍ଲକ ଦାୟିତ୍ଵ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେରେ ବି.ଡି.ଓ, ତହସିଲଦାର, ବିଭାଗୀୟ ଅଧିକାରୀମାନେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ନିମନ୍ତେ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଗତ କାଲି ୩ ଟି ଟିମ୍ ୩୫ ଜଣ ଏନ୍.ଡି. ଆର୍.ଏଫ୍ ଓ ୩ ଟି ଟିମ୍ ୩୪ ଜଣ ଓଡ୍ରାଫ ଟିମ୍ ଜିଲ୍ଲା ହେଡକ୍ୱାର୍ଟର ରେ ଆସି ପହଞ୍ଚିଛନ୍ତି। ୩ ଟି ଓଡ୍ରାଫ୍ ଟିମକୁ ବିଂଝାରପୁର, ଦଶରଥପୁର ଓ ବରୀ ବ୍ଲକ୍ କୁ ପଠାଯାଇଛି। ଜିଲ୍ଲାରେ ୨୬ ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଓ ୩ ଟି ନୂଆ ବାତ୍ୟା ଆଶ୍ରୟସ୍ଥଳରେ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଏତଦ୍ ବ୍ୟତୀତ ଜିଲ୍ଲାରେ ୩୪୬ ଟି ବିଦ୍ୟାଳୟ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ଚିହ୍ନଟ କରାଯାଇଛି। ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ନୋଡାଲ ଅଧିକାରୀ ନିଯୁକ୍ତି ହୋଇଛନ୍ତି। ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କୁ ସି.ଡି.ପି.ଓ, ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ ମାନଙ୍କ ଦ୍ଵାରା ନିରାପଦ ଭାବେ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାନାନ୍ତରିତ କରାଯିବ। ସମସ୍ତ ଜିଲ୍ଲାବାସୀଙ୍କୁ ଭୟଭୀତ ନହୋଇ, ଗୁଜବର ଶିକାର ନହୋଇ ସତ୍ୟା ସତ୍ୟ ଅନୁସନ୍ଧାନ ସହ ପ୍ରଶାସନକୁ ସହଯୋଗ କରିବା ପାଇଁ ଜିଲ୍ଲାପାଳ ସୂଚନା ଦେଇଛନ୍ତି।ଏହି ଅଭାସି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା, ଜ଼ିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ, ଉପଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥି, ବି ଡି ଓ, ତହସିଲଦାର, ଜିଲ୍ଲା ସ୍ଥରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେଜିଲ୍ଳା ପାଳ କୋରେଇ ବ୍ଲକ ର ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରି ଛନ୍ତି ବିଂଝlର ପୁର କୋରେଇ ଦଶରଥ ପୁର ତଳିଆ ଅଞ୍ଚଳରେ ବସ ବାସ କାରୁ ଥିବ ଲୋକ ମାନଙ୍କୁ ଅସ୍ଥାୟୀ ଲୋକ ମାନଙ୍କୁ ଆଶ୍ରୟ ରେ ରକ୍ଷା କାରା ଯାଉଚି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking