27.1 C
Bhubaneswar
Wednesday, October 23, 2024
Homeଓଡିଶାବାତ୍ୟା ଆଶ୍ରୟସ୍ଥଳୀ ବୁଲିଲେ ଜିଲ୍ଲାପାଳ

ବାତ୍ୟା ଆଶ୍ରୟସ୍ଥଳୀ ବୁଲିଲେ ଜିଲ୍ଲାପାଳ

ବାଲେଶ୍ୱର : ବାତ୍ୟା ଆଶ୍ରୟସ୍ଥଳୀ ବୁଲିଲେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ । ବାହନଗାର ର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲିଲେ । ପ୍ରଶାସନ ପକ୍ଷରୁ ହୋଇଥିବା ବ୍ୟବସ୍ଥାର ତଦାରକ କଲେ । ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନେବାକୁ ବ୍ୟବସ୍ତା ହୋଇଥିବା ବେଳେ ଲୋକମାନଙ୍କୁ ରନ୍ଧାଖାଦ୍ୟ ଯୋଗେଇଦେବାକୁ ବ୍ୟବସ୍ତା ମଧ୍ୟ କରାଯାଇଛି । ପାଶ୍ୱର୍ବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ସହ ୬୦ରୁ ୮୦ କିମି ବେଗରେ ପବନ ବହିବ । ଅନ୍ୟପକ୍ଷରେ ବାତ୍ୟା ‘ଦାନା’ର ବାହ୍ୟବଳୟ ସ୍ଥଳଭାଗ ଛୁଇଁଛି । ଭଦ୍ରକ ଓ କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟ ବଳୟ ସ୍ପର୍ଶ କରିଛି । ପାରାଦୀପ ରାଡାର ତଥ୍ୟରୁ ପାଣିପାଗ ବିଜ୍ଞାନୀ ଏହି ସୂଚନା ଦେଇଛନ୍ତି । ବାତ୍ୟା ପ୍ରଭାବରେ ଧାମରା ଓ ପାରାଦୀପରେ ବର୍ଷା ଆରମ୍ଭ ହୋଇଛି । ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking