28.1 C
Bhubaneswar
Tuesday, March 31, 2026
Homeଦେଶ ବିଦେଶପୁଣି ୩୦ଟି ବିମାନକୁ ବୋମା ଧମକ

ପୁଣି ୩୦ଟି ବିମାନକୁ ବୋମା ଧମକ

ନୂଆଦିଲ୍ଲୀ :ଲଗାତାର ବିମାନକୁ ମିଳୁଛି ବୋମା ଥିବା ନେଇ ମିଛ କଲ୍‌। ଯାହାକୁ ନେଇ ବିମାନ କମ୍ପାନୀ କୋଟି କୋଟି ଟଙ୍କା କ୍ଷତିରେ ପଡ଼ୁଛନ୍ତି । ଫଳରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ବଢିଛି ଚିନ୍ତା । ତେବେ ଏପରି ଅପରାଧକୁ ରୋକିବା ପାଇଁ ବିଭାଗ ପକ୍ଷରୁ ବ୍ୟାପକ ଆଲୋଚନା ଚାଲି ଥିବାବେଳେ ପୁଣି ୩୦ଟି ବିମାନକୁ ବୋମା ଧମକ ମିଳିଛି। ଆଜି ଇଣ୍ଡିଗୋ, ଭିସ୍ତାରା ଏବଂ ଏୟାର ଇଣ୍ଡିଆ ବିମାନକୁ ବୋମା ଥିବା ନେଇ ଧମକ ମିଳିଛି। ଏହାକୁ ମିଶାଇଲେ ସପ୍ତାହେ ମଧ୍ୟରେ ୧୩୦ରୁ ଅଧିକ ବିମାନକୁ ବୋମାକ ଧମକ ମିଳିଲାଣି। ସୂଚନା ଅନୁସାରେ, ବୋମା ଧମକ ମିଳିଥିବା ବିମାନ ମଧ୍ୟରୁ ସର୍ବାଧିକ ବିଦେଶ ଯାତ୍ରା କରିବାକୁ ଥିବା ବିମାନ ରହିଛି।

ଏସବୁ ଇଣ୍ଡିଗୋ ବିମାନ ଜେଧା, ଇଷ୍ଟନବୁଲ, ରିୟାଧ ଯିବାର ଥିଲା। ସେହିପରି ଇଣ୍ଡିଗୋ ଏବଂ ଭିସ୍ତାରା ବିମାନକୁ ମଧ୍ୟ ଧମକ ମିଳିଛି। ତିନୋଟି କମ୍ପାନୀର ପ୍ରତ୍ୟକ ୧୦ ଲେଖାଁ ୩୦ଟି ବିମାନକୁ ବୋମା ଥିବା ନେଇ ଧମକ ମିଳିଛି। ଫଳରେ ବିମାନରେ ବ୍ୟାପକ ତଲାସୀ କରାଯିବା ସହ ଯାତ୍ରୀମାନଙ୍କୁ ଯାଞ୍ଚ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ସେପରି କିଛି ଅଘଟଣ ଘଟିନଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଅନେକ ବିମାନର ଜରୁରୀ ଅବତରଣ କରାଯାଉଛି। ଏହା ଫଳରେ ବିମାନ କମ୍ପାନୀକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। ଏ ଦୃଷ୍ଟିରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଘନ ଘନ ବୈଠକ କରୁଛନ୍ତି।ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବା ସହ ଏପରି ଅପରାଧକୁ ଧର୍ତ୍ତବ୍ୟ ଅପରାଥ ତାଲିକାଲେ ଯୋଗ କରିବାକୁ ବିଚାର ବିମର୍ଶ ଚାଲିଥିବା ସେ କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking