26.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଆମେରିକା ନିର୍ବାଚନରେ ‘ଭୋଟ୍ ଫର ନୋଟ୍‌’ ଅଭିଯୋଗ: ଟ୍ରମ୍ପଙ୍କୁ ଜିତାଇବା ପାଇଁ ଏଲନ୍ ମସ୍କ ଦୈନିକ...

ଆମେରିକା ନିର୍ବାଚନରେ ‘ଭୋଟ୍ ଫର ନୋଟ୍‌’ ଅଭିଯୋଗ: ଟ୍ରମ୍ପଙ୍କୁ ଜିତାଇବା ପାଇଁ ଏଲନ୍ ମସ୍କ ଦୈନିକ ବାଣ୍ଟୁଛନ୍ତି ୧ ମିଲିଅନ୍ ଡଲାର!

ୱାଶିଂଟନ: ଆମେରିକା ନିର୍ବାଚନରେ ଭୋଟ୍ ଫର୍ ନୋଟ୍‌’ ଭଳି ସଂଗୀନ ଅଭିଯୋଗ ହୋଇଛି। ଏଠାରେ ଟଙ୍କା ବଦଳରେ ଭୋଟ୍ କିଣାଯାଉଥିବା ଚର୍ଚ୍ଚା ହେଉଛି। ଆମେରିକାର ସର୍ବବୃହତ୍ ବିଲିୟନାରୀ ତଥା ପ୍ରତିଷ୍ଠିତ ଆମେରିକୀୟ ବ୍ୟବସାୟୀ ତଥା ଟେସଲା କମ୍ପାନୀ ମୁଖ୍ୟ ଏଲନ୍ ମସ୍କ କୁଆଡେ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଜିତାଇବା ପାଇଁ ଏବେ ପାଣି ଭଳି ଅର୍ଥ ଖର୍ଚ୍ଚ କରୁଥିବା ଅଭିଯୋଗ ହୋଇଛି। ମସ୍କ ଦୈନିକ ପ୍ରକାୟ ୧ ମିଲିଅନ ଡଲାର ବଣ୍ଟନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷେ ଏପ୍ରକାର ଅଭିଯୋଗ ଆସିବା ପରେ ଆମେରିକା ନିର୍ବାଚନ ଆଇନ୍ ଅନ୍ତର୍ଗତ ଏହାର ଅନୁସନ୍ଧାନ ଆରମ୍ଭ ହୋଇଛି। ଏସମ୍ପର୍କରେ ସୂଚନା ଦେଇ ପେନସିଲଭାନିଆ ଗଭର୍ଣ୍ଣର ଜୋଶ୍ ଶାପିରୋ କହିଛନ୍ତି, ଆମେରିକାର ସ୍ୱିଙ୍ଗ୍ ରାଜ୍ୟଗୁଡ଼ିକରେ ପଞ୍ଜୀକୃତ ଭୋଟରମାନଙ୍କୁ ଟଙ୍କା ଦେବା ପାଇଁ ଏକ ଯୋଜନା କରାଯାଇଛି। ସେ ଏନେଇ ଅନ୍‌ଲାଇନରେ ଏକ ପିଟିସନ ଦାଖଲ କରିଛନ୍ତି। ଏଭଳି ଅଭିଯୋଗ ଅତ୍ୟନ୍ତ ଚିନ୍ତାଜନକ ଏବଂ ଏହାର ଅନୁସନ୍ଧାନ ଆଇନ ଶୃଙ୍ଖଳା ସଂସ୍ଥା ଦ୍ୱାରା କରାଯିବା ଉପରେ ସେ ଜୋର୍ ଦେଇଛନ୍ତି।

ରିପୋର୍ଟ ଅନୁସାରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେଭୋଟରଙ୍କୁ ଭୋଟ୍ ଦେବା ପାଇଁ ଉତ୍ସାହିତ କରିବାକୁ ସେ ଚାହୁଁଛନ୍ତି ବୋଲି ଏଲନ୍ ମସ୍କ କହିଛନ୍ତି। ସେଥିପାଇଁ ସେ ପ୍ରତିଦିନ ୧ ମିଲିଅନ୍ ଡଲାର୍ ଭୋଟରଙ୍କ ମଧ୍ୟରେ ବାଣ୍ଟିବାକୁ ଘୋଷଣା କରିଛନ୍ତି, କିନ୍ତୁ ଏଥିପାଇଁ ସେ କିଛି ସର୍ତ୍ତ ରଖିଛନ୍ତି। ଭୋଟରଙ୍କୁ ରିପବ୍ଲିକାନ୍ ପାର୍ଟି ସହିତ ଯୋଡିବା ଲକ୍ଷ୍ୟରେ, ଏଲନ୍ ମସ୍କ ସ୍ୱିଙ୍ଗ୍ ରାଜ୍ୟ ପେନ୍ସିଲଭାନିଆରେ ଏହି ଅଭିଯାନ ଆରମ୍ଭ କରିଛନ୍ତି। ସେଥିପାଇଁ ଭୋଟରଙ୍କୁ ପଞ୍ଜୀକୃତ କରିବାକୁ ପଡ଼ିବ ବୋଲି ସେ ସର୍ତ୍ତ ରଖିଛନ୍ତି। ମସ୍କଙ୍କ ଅନୁସାରେ ପେନସିଲଭାନିଆ ରାଜ୍ୟରୁ ଜଣେ ଲେଖାଏଁ ପଞ୍ଜୀକୃତ ରିପବ୍ଲିକାନ୍‌ଙ୍କୁ ନଭେମ୍ବର ୫ରେ ଭୋଟ୍ ହେବା ପର୍ଯ୍ୟନ୍ତ ପ୍ରତିଦିନ ୧ ମିଲିଅନ୍ ଡଲାର୍ ପୁରସ୍କାର ଜିଣିବାର ସୁଯୋଗ ପ୍ରଦାନ କରାଯିବ। ଜଣେ ଭୋଟରଙ୍କୁ ଏନେଇ ମନୋନୀତ କରାଯିବ। ଏହାର ସର୍ତ୍ତ ହେଉଛି ଯେ, ସେମାନଙ୍କୁ ମୁକ୍ତ ବକ୍ତବ୍ୟ ତଥା ଅସ୍ତ୍ରଶସ୍ତ୍ର ରଖିବାର ଅଧିକାରକୁ ସମର୍ଥନ କରିବାକୁ ଏକ ଆବେଦନପତ୍ରରେ ଦସ୍ତଖତ କରିବାକୁ ପଡିବ।

ସେ ପ୍ରତିଷ୍ଠା କରିଥିବା ‘ଆମେରିକା’ ରାଜନୈତିକ କାର୍ଯ୍ୟ କମିଟି (ପିଏସି) ଜରିଆରେ ଏଲୋନ୍ ମସ୍କ ପ୍ରଥମ ପୁରସ୍କାର ଜନ୍ ଡ୍ରେହରଙ୍କୁ ପ୍ରଦାନ କରିଥିବା ଜଣାଯାଇଛି। ନିର୍ବାଚନ ପ୍ରଚାର ପାଇଁ ପିଏସି ଅର୍ଥ ସଂଗ୍ରହ କରିବାରେ ସାହାଯ୍ୟ କରେ ଏବଂ ଏଲନ୍ ମସ୍କଙ୍କ କମିଟି ପ୍ରାର୍ଥୀଙ୍କୁ ସମର୍ଥନ କରେ। ପ୍ରକାଶ, ମସ୍କଙ୍କର ଏକ୍ସ ବାୟୋରେ ଖୋଲାଖୋଲି ଭାବେ ଲେଖାଯାଇଛି ଯେ ସେ ନିର୍ବାଚନରେ ରିପବ୍ଲିକାନ୍ ପ୍ରାର୍ଥୀ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରୁଛନ୍ତି। ବାରାକ ଓବାମା ଏବଂ ହିଲାରୀ କ୍ଲିଣ୍ଟନଙ୍କ ପରି ଗଣତାନ୍ତ୍ରିକ ପ୍ରାର୍ଥୀଙ୍କ ସମର୍ଥକ ଥିବା ଏହି ଉଦ୍ୟୋଗୀ ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପଙ୍କୁ ଖୋଲାଖୋଲି ସମର୍ଥନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking