25.1 C
Bhubaneswar
Tuesday, March 24, 2026
Homeଓଡିଶାବିଚଳିତ ନ ହେବାକୁ ଅପିଲ କଲେ ରାଜସ୍ବ ମନ୍ତ୍ରୀ

ବିଚଳିତ ନ ହେବାକୁ ଅପିଲ କଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ସାମୁଦ୍ରିକ ବାତ୍ୟା ‘ଦାନା’କୁ ନେଇ ଲୋକେ ଆଦୌ ବିଚଳିତ ହୁଅନ୍ତୁ ନାହିଁ। ସରକାର ଲୋକଙ୍କ ରକ୍ଷା କବଚ ସାଜିବେ। ଲୋକଙ୍କୁ ବାତ୍ୟା ସଂପର୍କିତ ସୂଚନା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିଛନ୍ତି। ଲୋକସେବା ଭବନରେ ଆଜି ସନ୍ଧ୍ୟାରେ ସମୀକ୍ଷା ବୈଠକରେ ପରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଅକ୍ଟୋବର ୨୩ ତାରିଖ ପୂର୍ବରୁ ଲୋକଙ୍କ ଉଦ୍ଧାର ପାଇଁ ଓଡ଼ିଶାରେ ହେଲିକପ୍ଟର ପହଂଚିବ। କେନ୍ଦ୍ର ସରକାର ବାତ୍ୟା ନେଇ ଅବଗତ ଅଛନ୍ତି। ସମ୍ଭାବିତ ବିପର୍ଯ୍ୟୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ହେଲିକପ୍ଟର ପଠାଉଛନ୍ତି। ଯେଉଁଠି ଆବଶ୍ୟକ ପଡ଼ିବ, ସରକାର ସେଇଠି ବ୍ୟବହାର କରିବେ। ସେହିପରି ଅଗ୍ନିଶମ ଏବଂ ଓଡ୍ରାଫ୍‌ ଟିମ୍‌ ସମେତ ଏନ୍‌ଡିଆର ଟିମ୍‌ ମଧ୍ୟ ବାତ୍ୟା ପାଇଁ ପ୍ରସ୍ତୁତ ଅଛନ୍ତି। ବାତ୍ୟା ପୂର୍ବରୁ ପୋଜିସନିଙ୍ଗ କରିବେ ଉଦ୍ଧାର ଟିମ୍‌।

ଆଶ୍ରୟସ୍ଥଳୀକୁ ଯଦି ଲୋକେ ଆଗୁଆ ଆସିବେ ତେବେ ସେମାନେ ଭାବନ୍ତି ଯେ ଘରେ ଚୋରି ହୋଇଯିବ। ଏହାକୁ ନଜରରେ ରଖି ପୁଲିସ ପାଟ୍ରୋଲିଙ୍ଗ କରିବେ ଓ ଜଗିବାକୁ କୁହାଯାଇଛି। ଲୋକେ ଚୋରୀ ନେଇ ଭୟଭୀତ ହୁଅନ୍ତୁ ନାହିଁ। ଶ୍ରୀ ପୂଜାରୀ କହିଛନ୍ତି ଯେ, ବାତ୍ୟା ପରବର୍ତ୍ତୀ ସମୟରେ ବିଦ୍ୟୁତ ବିଭ୍ରାଟ ହେବାର ଆଶଙ୍କା ରହିଛି। ତେଣୁ ଲୋକଙ୍କୁ କିଭଳି ଭାବରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇ ଦିଆଯାଇପାରିବ, ସେନେଇ ଚିନ୍ତା କରାଯାଇଛି। ୨୪ ଘଣ୍ଟିଆ ବିଜୁଳି ଯୋଗାଇବା ପାଇଁ ଆମେ ନିଷ୍ପତି ନେଇଛୁ। ପୁରୀରେ ଥିବା ଶ୍ରଦ୍ଧାଳୁଙ୍କୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି ଯେ, ବାତ୍ୟା ସମୟରେ ପୁରୀ ସମୁଦ୍ର କୂଳ ଅଧିକ ପ୍ରଭାବିତ ହୋଇପାରେ। ତେଣୁ ପୁରୀରେ ଥିବା ବାହାର ଲୋକ ବାହାରି ଆସିଲେ ଭଲ। ସେହିପରି ଯଦି ପୁରୀ ଯିବା ପାଇଁ ଯୋଜନା ରଖିଛନ୍ତି, ତା ହେଲେ ବାତ୍ୟା ପରେ ଯାତ୍ରା କଲେ ଠିକ୍‌ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking