28.1 C
Bhubaneswar
Monday, October 21, 2024
Homeଓଡିଶାଆଜି ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲାକୁ ଯିବେ ଏନଡ଼ିଆରଏଫ, ଓଡ୍ରାଫ

ଆଜି ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲାକୁ ଯିବେ ଏନଡ଼ିଆରଏଫ, ଓଡ୍ରାଫ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ସକାଳେ ଲଘୁଚାପରେ ପରିଣତ ହୋଇଛି । ଏହା ସହ ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । କେଉଁ ଜିଲ୍ଲାକୁ କେତେ ‘ଏନଡ଼ିଆରଏଫ’ ଓ ‘ଓଡ୍ରାଫ’ ଟିମ ଯିବ ସେନେଇ ଆଲୋଚନା ଚାଲିଛି । ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି ଜିଲ୍ଲା ସମ୍ଭାବ୍ୟ ପ୍ରଭାବିତ ତାଲିକାରେ ଥିବାରୁ ଅଧିକ ସଂଖ୍ୟାରେ ଏନଡ଼ିଆରଫ, ଓଡ୍ରାଫ ଓ ଅଗ୍ନିଶମ ଟିମ୍‌ ପଠାଯିବ । ଆଜି ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲା ଅଭିମୁଖେ ବାହାରିବ ‘ଏନଡ଼ିଆରଫ, ଓଡ୍ରାଫ ଓ ଅଗ୍ନିଶମ ଟିମ ।

ଜିଲ୍ଲାପାଳମାନେ ସ୍ଥିତି ସମୀକ୍ଷା କରି ଅପରାହ୍ନ ସୁଦ୍ଧା ରିପୋର୍ଟ ଦେବେ । ଏହା ପରେ ଆବଶ୍ୟକତା ଅନୁଯାୟୀ ସରକାର ସହାୟତା ଯୋଗାଇ ଦେବେ । ମଧ୍ୟାହ୍ନରେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ନେବେ ଗୁରୁତ୍ୱପୂର୍ଣ୍ଣ ବୈଠକ । ସମ୍ଭାବ୍ୟ ବାତ୍ୟା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ୟ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି । ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ପାଣିପାଗ ବିଭାଗର ସମସ୍ତ ସୂଚନା ଉପରେ ତୀକ୍ଷ୍ଣ ନଜର ରଖୁଛି ଏହି କଣ୍ଟ୍ରୋଲ ରୁମ୍‌ । ଏହା ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମଧ୍ୟ ହେବାକୁ ଯାଉଛି । ଏଥିରେ ତମାମ ବରିଷ୍ଠ ଅଧିକାରୀ ଓ ପ୍ରଭାବିତ ହେବା ତାଲିକାରେ ଥିବା ଜିଲ୍ଲାର ଅଧିକାରୀମାନେ ସାମିଲ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking