32.1 C
Bhubaneswar
Sunday, March 29, 2026
Homeଓଡିଶାଇଭିଏମ୍‌ ଜାଲିଆତି ସମ୍ଭବ

ଇଭିଏମ୍‌ ଜାଲିଆତି ସମ୍ଭବ

ନୂଆଦିଲ୍ଲୀ : ୨୦୨୪ ସାଧାରଣ ନିର୍ବାଚନଠାରୁ ଆରମ୍ଭ କରି ପରବର୍ତ୍ତୀ ରାଜ୍ୟ ନିର୍ବାଚନ ଗୁଡ଼ିକର ଫଳାଫଳକୁ ନେଇ ବିଭିନ୍ନ ରାଜନୈତିକ ଦଳ ଇଭିଏମ୍‌ର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି। ତେବେ ନିର୍ବାଚନ କମିସନ ଏ ଅଭିଯୋଗକୁ ନିରାଧାର କହିଥିବା ବେଳେ ଇଭିଏମ୍‌ରେ ଜାଲିଆତି କରି ନିର୍ବାଚନ ଜିତିବା ସମ୍ଭବ ବୋଲି ବିଶିଷ୍ଟ ସଫ୍ଟୱେର୍‌ ବିଶେଷଜ୍ଞ ଏଲନ୍‌ ମସ୍କ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ଦେଇଥିବା ମନ୍ତବ୍ୟ ଭାରତରେ ଜାତୀୟ ରାଜନୀତିକୁ ସରଗରମ କରିଛି।

ନିଜ ଫେସ୍‌ବୁକ୍‌ ଏକାଉଣ୍ଟରେ ମସ୍କ କହିଛନ୍ତି, କମ୍ପ୍ୟୁଟର ପ୍ରୋଗ୍ରାମକୁ ହ୍ୟାକ୍‌ କରିବା ସହଜ ହୋଇଥାଏ। ତେଣୁ ଏହା ଉପରେ ଭରସା କରାଯାଇପାରିବ ନାହିଁ। ଏଥିପାଇଁ ବାଲଟ ପେପରରେ ମତଦାନ କରାଇବାକୁ ସେ ପରାମର୍ଶ ଦେଇଛନ୍ତି। ଆମେରିକା ନ୍ୟୁଜ ଏଜେନ୍ସି ଏବିସିର ରିପୋର୍ଟ ଅନୁଯାୟୀ ମସ୍କ ଡୋମିନିୟନ କମ୍ପାନୀର ଭୋଟିଂ ମେସିନର ପାରଦର୍ଶିତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଫିଲାଡେଲଫିଆ ଏବଂ ଏରିଜୋନା ବ୍ୟତୀତ ଆଉ କେଉଁଠି ଏହି ମେସିନର ବ୍ୟବହାର କରାଯାଉନାହିଁ। ଏହି ଦୁଇ ସ୍ଥାନରେ ରିପବ୍ଲିକାନ ପାର୍ଟି ପରାଜିତ ହୋଇଛନ୍ତି। ଏହା ଏକ ଅଜବ ଘଟଣା। ତେବେ କମ୍ପାନୀ ମସ୍କଙ୍କ ଅଭିଯୋଗକୁ ଖଣ୍ଡନ କରିଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking