19.1 C
Bhubaneswar
Wednesday, February 11, 2026
Homeଓଡିଶାଭିଜିଲାନ୍ସ ଜାଲରେ ପୁଲିସ ବାବୁ

ଭିଜିଲାନ୍ସ ଜାଲରେ ପୁଲିସ ବାବୁ

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଆସିବା ପରେ ଭିଜିଲାନ୍ସ ବିଭାଗ ଏବେ ପୂରା ଆକ୍ସନ ମୋଡ଼କୁ ଚାଲିଆସିଛି । ବିଗତ ୩ ମାସରେ ବହୁ ସରକାରୀ କର୍ମଚରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ତେବେ ଆଜି ଭିଜିଲାନ୍ସ ଜାଲରେ ଜଣେ ପୁଲିସ ବାବୁ ପଡ଼ିଛନ୍ତି । ସେ ହେଉଛନ୍ତି ଖଣ୍ଡପଡ଼ା ଥାନା ଏସଆଇ ଏସ.କେ ରେହମାନ । ଲାଞ୍ଚ ନେଇ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଜଣେ ମଦ ବେପାରୀଙ୍କ ଠାରୁ ୩ ହଜାର ଟଙ୍କା ନେବେ ସେ ଧରାପଡ଼ିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଖଣ୍ଡପଡ଼ା ଥାନା ଖଳିସାହି ଗ୍ରାମର ଚୋରା ଦେଶୀ ମଦ ବ୍ୟବସାୟୀ ସୁଦର୍ଶନ ସାହୁଙ୍କ ପୂର୍ବ କେସର ସମାଧାନ ପାଇଁ ଖଣ୍ଡପଡା ଥାନା ଏସଆଇ ଏସକେ ରେହମାନ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ସକାଳୁ ଏସଆଇ ଏସ୍‌କେ ରେହମାନ ଖଳିସାହିରେ ରହୁଥିବା ଭଡାଘରେ ଚୋରା ଦେଶୀ ମଦ ବ୍ୟବସାୟୀ ସୁଦର୍ଶନ ସାହୁଙ୍କ ନିକଟରୁ ଲାଞ୍ଚ ଟଙ୍କା ନେବା ସୟମରେ ଭିଜିଲାନ୍ସ ଚଢାଉ କରିଥିଲା। ଏସଆଇ ଏସ୍‌କେ ରେହମାନଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଅଧିକ ଛାନ୍‌ଭିନ୍‌ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking