31.1 C
Bhubaneswar
Monday, October 21, 2024
Homewea'ଦାନା'କୁ ନେଇ  ଏସଆରସିଙ୍କ କାର୍ଯ୍ୟାଳୟରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ

‘ଦାନା’କୁ ନେଇ  ଏସଆରସିଙ୍କ କାର୍ଯ୍ୟାଳୟରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ

ଭୁବନେଶ୍ୱର : ବାତ୍ୟା ‘ଦାନା’  ପାଇଁ ଆକ୍ସନ ମୋଡରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ।  ସ୍ୱତନ୍ତ ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ।  ବାତ୍ୟା  ସ୍ଥିତିର ମୁକାବିଲା ପାଇଁ  ପ୍ରଭାବିତ ହେବାକୁ ଥିବା  ଜିଲ୍ଲାଗୁଡିକୁ  ଯିବେ  ବରିଷ୍ଠ ଆଇଏସ ଅଧିକାରୀ  ା ବାତ୍ୟା  କେଉଁ ବାଟ ଦେଇ ଯିବ ,  ବାତ୍ୟାର ଗତିପଥ  ଉପରେ କଣ୍ଟ୍ରୋଲରୁମ ତୀକ୍ଷ୍‌ଣ ନଜର ରଖିଛି ।  କେଉଁ ଜିଲ୍ଲାକୁ କେତେ ଏନଡିଆରଏଫ ଏବଂ ଓଡ୍ରାଫ ଟିମ  ଯିବେ  ସେନେଇ ଯୋଜନା ଚାଲିଛି ।  ଉପକୂଳ ଓଡିଶା ଯଥା  ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, ଗଞ୍ଜାମ,  ଗଜପତିରେ  ଅଧିକ ମାତ୍ରାରେ  ଏନଡିଆରଏଫ , ଓଡ୍ରାଫ ଓ ଅଗ୍ନିଶମ ଟିମ ମୁତୟନ ହେବେ ।  ସୋମବାର ସନ୍ଧ୍ୟାରେ  ବିଭିନ୍ନ ଜିଲ୍ଲା ଅଭିମୁଖେ  ବାହାରିବେ  ଏନଡିଆରଏଫ, ଓଡ୍‌ରାଫ ଓ ଅଗ୍ନିଶମ ଟିମ ।  ଜିଲ୍ଲାପାଳମାନେ ସ୍ଥିତି ସମୀକ୍ଷା କରି  ଅପରାହ୍ନ ସୁଦ୍ଧା  ରିପୋର୍ଟ ଦେବା ପରେ ଆବଶ୍ୟକତା ଅନୁଯାୟୀ  ସରକାର  ସହାୟତା ଯୋଗାଇଦେବେ ।  ମଧ୍ୟାହ୍ନରେ ରାଜସ୍ୱ ଓ ବିପର୍ଯ୍ୟୟ  ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ  ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking