26.1 C
Bhubaneswar
Sunday, October 20, 2024
Homeଓଡିଶାବଜ୍ରପାତରେ ଜଳିଗଲେ ଯୁବକ

ବଜ୍ରପାତରେ ଜଳିଗଲେ ଯୁବକ

କୋଣାର୍କ: ଶନିବାର ସନ୍ଧ୍ୟାରେ ବଜ୍ରପାତରେ ଜଳିଯାଇ ଜଣେ ଯୁବକଙ୍କ ଜୀବନ ଚାଲିଯାଇଥିବା ଜଣାପଡ଼ିଛି। ସୂଚନା ମୁତାବକ କୋଣାର୍କ ଥାନା ଅଧୀନ ଧନିତ୍ରୀ ନିକଟ ଜଗନ୍ନାଥପଡ଼ା ଗ୍ରାମର ଲକ୍ଷ୍ମୀଧର ପ୍ରଧାନ(୫୦) ନାମକ ଜଣେ ବ୍ୟକ୍ତି ସାଇକେଲରେ ଜନ୍ନହିଁବାଲିଆ ଛକରୁ ନିଜର କାର୍ଯ୍ୟ ସାରି ନିଜ ଘରକୁ ସନ୍ଧ୍ୟାରେ ଫେରୁଥିଲେ। ନୟାହାଟ ଫାଣ୍ଡି ଅଧୀନ ତିରୁଣା-ଉପୁଳା ମୁଖ୍ୟ ରାସ୍ତାରେ ହଠାତ ବଜ୍ରପାତର ଶିକାର ହୋଇ ଯୁବକ ଜଣକ ଜଳି ଯାଇଥିଲେ। ବଜ୍ରଘାତ ଏତେ ଜୋର୍‌ରେ ଥିଲା ଯେ ଯୁବକଙ୍କ ପଛପାର୍ଶ୍ୱ ସମ୍ପୂର୍ଣ ଜଳି ଯାଇଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ଥିବା ସ୍ଥାନୀୟ ଲୋକମାନେ ଗୁରୁତର ଭାବେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାରକରି ତୁରନ୍ତ ନିକଟ ଚାରିଛକ ଡାକ୍ତରଖାନାକୁ ନେଇଥିଲେ।

ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଘଟଣାସ୍ଥଳରେ ନୟାହାଟ ଫାଣ୍ଡି ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ଚାରିଛକ ମେଡ଼ିକାଲକୁ ପଠାଇଥିଲା। ମୃତ ବ୍ୟକ୍ତିଙ୍କ ଘରେ ତାଙ୍କ ସ୍ତ୍ରୀ ଓ ଦୁଇ ଜଣ ପୁଅ ଝିଅ ଅଛନ୍ତି। ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରିବାରକୁ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ତୁରନ୍ତ କ୍ଷତିପୂରଣ ଓ ସହାୟତା ରାଶି ପ୍ରଦାନ କରିବାକୁ ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀମାନେ ଦାବି କରିଛନ୍ତି। ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ସୂଚନାଥାଉ କି ଏବେ ସମଗ୍ର ପୃଥିବୀ ଏପରି କି ବିଶେଷ ଭାବେ ଭାରତ ରେ ଜଳବାୟୁ ପରିବର୍ତ୍ତନ ଓ ଅଚାନକ ଘଡଘଡି ବର୍ଷା ଯୋଗୁଁ ବିଭିନ୍ନ ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking